fbpx

ହାର ମାନିଲା ଜଙ୍ଗଲର ରାଜା: କୋଳରେ ମହାବଳ ସିଂହକୁ ଧରି ନେଲେ ମହିଳା, ଦେଖନ୍ତୁ ଭିଡିଓ

ଓଡିଶା ଭାସ୍କର: ବେଳେ ବେଳେ ଆପଣ ଏମିତି କିଛି ଜିନିଷ ଦେଖି ନିଅନ୍ତି, ଯାହାପରେ ଆପଣ ନିଜ ଆଖିକୁ ବି ବିଶ୍ୱାସ କରି ପାରନ୍ତି ନାହିଁ । ଠିକ ସେମିତି ଏକ ଭିଡଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଙ୍ଗଲର ରାଜା ମହାବଳ ସିଂହକୁ ଜଣେ କାବୁ କରିଥିବା ଦେଖାଯାଉଛି । ସେ ବି ଜଣେ ମହିଳା । ହୁଏତ ଆପଣ ମଧ୍ୟ ଏହା ବିଶ୍ୱାସ କରି ନ ପାରନ୍ତି । କିନ୍ତୁ ଏହି ମହିଳାଙ୍କ ସାମନାରେ ନିରୁପାୟ ହୋଇ ଯାଇଛି ସିଂହ ।

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳାଙ୍କୁ । ଯିଏ ସିଂହକୁ ନିଜ କବଜାରେ କରି ନେଇଛନ୍ତି । ସିଂହକୁ ଧରି ଚାଲୁଥିବା ଏହି ମହିଳାଙ୍କ ଆଗରେ ସିଂହ ବି ଶକ୍ତିହୀନ ହୋଇପଡିଛି । ନିଜ ବାହୁରେ ସିଂହକୁ ମହିଳାଜଣକ ଜାବୁଡି ଧରି ନେଇଛନ୍ତି । ଆପଣ ମଧ୍ୟ ଦେଖି ନିଅନ୍ତୁ ଏହି ଲୋମଟାଙ୍କୁରା ଭିଡିଓକୁ ।

ସିଂହକୁ ଧରି ମହିଳା ଜଣକ ଯାଉଥିବା ବେଳେ ସିଂହ କେବଳ ଗର୍ଜନ କରୁଥିବା ଦେଖାଯାଉଛି । ଯେମିତି ତାକୁ ଛାଡିଦେବା ପାଇଁ ସେ ମହିଳାଙ୍କୁ ବିନତୀ କରୁଥିଲା । ତେବେ ମହିଳାଜଣକ ଦ୍ରୁତ ବେଗରେ ଏକ କାର ପାଖକୁ ଆସି ସେଠାରେ ସିଂହକୁ ଛାଡି ଦେଉଛନ୍ତି । ତେବେ ଏହାପରେ କ’ଣ ହେଲା ତାହା ଅବଶ୍ୟ ଜଣାପଡି ନାହିଁ । କିନ୍ତୁ ୧୬ ସେକେଣ୍ଡର ଏହି ଭିଡିଓରୁ ଏତିକି ଜଣାପଡିଛି ଯେ, ଆଜି ଜଙ୍ଗଲର ରାଜାକୁ କେଉଁଠି ହାର ମାନିବାକୁ ପଡିଛି ।

ଟ୍ୱିଟରରେ ଏହି ଭିଡିଓ ଅପଲୋଡ ହେବା ପରେ ପ୍ରାୟ ୩ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି । ଅନେକ ଲୋକ ଏହି ଭିଡିଓକୁ ଖୁବ ପସନ୍ଦ କରି ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ତେବେ କିଛି ଲୋକ ଏହାକୁ ଦେଖି ମଜାକ କରୁଛନ୍ତି ତ କିଛି ଲୋକ ଏହାକୁ ପଶୁ ପ୍ରତି କ୍ରୁରତା ବୋଲି କହି ଆଙ୍ଗୁଠି ଉଠାଇଛନ୍ତି ।

Get real time updates directly on you device, subscribe now.