fbpx

(Video)ଏକା କରିଦେଲା କରମଣ୍ଡଳ: ବାଲେଶ୍ୱର ରେଳ ଲାଇନରେ ପଡିଛି ପ୍ରେମର ଶେଷ ଚିଠି I LOVE YOU…

ବାଲେଶ୍ୱର: ବାହାନଗା ଦୁର୍ଘଟଣାର ୩ ଦିନ ପରେ ରେଳ ଟ୍ରାକରୁ ମିଳିଛି ପ୍ରେମର ଶେଷ ସନ୍ତକ । ଗୋଟିଏ ଚିଠି, ଯେଉଁଥିରେ ଲେଖା ହୋଇଛି ଜଣେ ବ୍ୟକ୍ତିଙ୍କ ମନର କଥା, ଯେଉଁଥିରେ ରହିଛି କାହା ହୃଦୟର କାହାଣୀ । ମନର ମଣିଷ ପାଇଁ ସେ ଲେଖିଥିଲେ ଅନେକ କଥା । ଯାହା ଏହି ଦୁର୍ଘଟଣା ସହିତ କେଉଁଆଡେ ସତେ ମିଳେଇ ଯାଇଛି । ଟ୍ରେନ ଟ୍ରାକରେ ଏକ ଡାଏରୀ ହସ୍ତଗତ ହୋଇଛି, ଯେଉଁଥିରେ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ସେ ଲେଖିଛନ୍ତି ଆଇ ଲଭ୍ ୟୁ । ବଙ୍ଗଳା ଭାଷାରେ ସେ ନିଜ ହୃଦୟର ରାଣୀଙ୍କ ପାଇଁ ଲେଖିଛନ୍ତି ପ୍ରେମର କାହାଣୀ ।

ଟ୍ରାକରୁ ମିଳିଥିବା ଏହି ନୋଟବୁକର ପ୍ରତିଟି ପୃଷ୍ଠାରେ ଲେଖା ହୋଇଛି ହାତଲେଖା ପ୍ରେମ କବିତା, ଯାହା ସେ ତାଙ୍କ ପ୍ରେମିକାଙ୍କ ପାଇଁ ଲେଖିଛନ୍ତି । ପ୍ରେମ ଚିଠି ତ ମିଳିଗଲା, କିନ୍ତୁ ଏପର୍ଯ୍ୟନ୍ତ ମିଳି ନାହାନ୍ତି ସେହି ବ୍ୟକ୍ତି । ଏତେ ବଡ ଦୁର୍ଘଟଣା ପରେ ସେ କେଉଁଠି ଏବଂ କେମିତି ଅଛନ୍ତି, ତାହା ବି ଜଣା ନାହିଁ । ଏମିତିକି ଚିଠିରେ ମନର କଥା ଲେଖିଥିବା ବ୍ୟକ୍ତିଜଣକ ଏବେ ଜୀବନିତ ନା ମୃତ ତାହା ବି କିଛି ସ୍ପଷ୍ଟ ନାହିଁ । କିନ୍ତୁ ଏ ଚିଠି ବର୍ତ୍ତମାନ ଖୋଜି ବୁଲୁଛି ନିଜର ଅସଲ ଠିକଣା । ହଜିଯାଇଛି ମଣିଷ, କିନ୍ତୁ ହଜିନି ତା’ ମନର ଭଲପାଇବା, ନା ହଜିଛି ପ୍ରେମର ସ୍ମୃତି ଆଉ ସନ୍ତକ । ଏବେ ଏ ଚିଠି ଆଉ ଏହାର ପ୍ରତିଟି ଶବ୍ଦ ତା’ର ଠିକଣା ଖୋଜୁଛି । କିଏ ଏ ଚିଠିର ମାଲିକ? କାହ।। ମନର କଥା ଏବେ ଟ୍ରାକରେ ପଡି ରହିଛି? ଲେଖାରୁ ମନେ ହେଉଛି କେହି ଜଣେ ଏ ଚିଠି ଆଉ ଏଥିରେ ଲେଖାଥିବା କବିତା ଟ୍ରେନ ଯାତ୍ରା କରିବା ବେଳେ ଲେଖିଛନ୍ତି ।

हादसे के बाद ट्रेन पर बिखरे पड़े थे डायरी के पन्ने (फोटो-Twitter @shuklaBchandra)

ଏହି ଡାଏରୀରେ ଗୋଟିଏ ପୃଷ୍ଠାରେ ଗୋଲାପର ଏକ ସୁନ୍ଦର ଚିତ୍ର ସହିତ ଅଙ୍କା ହୋଇଛି ନାଲିପାନ(ହୃଦୟ)ର ଏକ ଚିତ୍ର । ଆଉ ତା ଭିତରେ ତୀର ଚିହ୍ନ ଦେଇ ଲେଖା ହୋଇଛି I Love You । ଏହାପରେ ଡାଏରୀର ଉପରେ ବଙ୍ଗଳା ଭାଷାରେ ଲେଖା ଅଛି କିଛିଟା କବିତା:

‘ଅଳ୍ପୋ ଅଳ୍ପୋ ମେଘା ଥାକେ,
ହାଲକା ବ୍ରିଷ୍ଟି ହୋଏ,
ଚୋଟା ଚୋଟା ଗୋଲପୋ ଠେକେ ଭାଲୋବାସା ସୃଷ୍ଟି ହୋଏ’

‘ଭାଲୋବେଶୀ ତୋକେ ଚାଇ ସାରାଖୋନ,
ଅଚିସ ତୁଇ ମୋନେର ସାଠେ.’

ଏମିତି ଏକ କବିତାରେ କେହି ଜଣେ ନିଜର ମନର ଭାଷାକୁ ଡାଏରୀର କାଗଜରେ ଉତାରି ଦେଇଛନ୍ତି । କିନ୍ତୁକୌଣସି ସ୍ଥାନରେ ପ୍ରେମୀ ଯୁଗଳଙ୍କ ନାଁ ଲେଖ ହୋଇନି କିମ୍ବା ନାହିଁ କାହାର ଠିକଣା । ତେବେ ଏହି ବ୍ୟକ୍ତିଙ୍କ ପରିଚୟ ଖୁବଶୀଘ୍ର ମିଳିବ ବୋଲି ଆଶା କରାଯାଉଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଳ ହେଉଛି । ଡାଏରୀରେ ଲେଖାଥିବା ଏହି ମନର କଥାକୁ ପଢି ଅଧିକ ଭାବୁକ ହୋଇ ଉଠିଛନ୍ତି ୟୁଜର । କରମଣ୍ଡଳ ଏକ୍ସପ୍ରେସର ଏହି ଦୁର୍ଘଟଣା ଏମିତି ଅନେକ ସଂସାର ଉଜାଡି ଦେଇଛି । ଅନେକ ଲୋକ ଅନେକ ସମ୍ପର୍କକୁ ସ୍ମୃତି କରି ଦେଇଛି ଭୟଙ୍କର ଦୁର୍ଘଟଣା ।

Get real time updates directly on you device, subscribe now.