fbpx

୬ବର୍ଷର ନିରୀହ ଛୁଆକୁ ଗୋଡ଼ାଇଲେ କୁକୁର, ଭୟରେ ଖାଲରେ ପଡ଼ି ମୃତ୍ୟୁ

ଉତ୍ତରପ୍ରଦେଶ : ବର୍ତ୍ତମାନ ଚାରିଆଡ଼େ କୁକୁର ଆତଙ୍କ ସମସ୍ତଙ୍କୁ ଭୟଭୀତ କରିଛିି । ଉତ୍ତରପ୍ରଦେଶରେ କୁକୁର କାମୁଡ଼ିବା ମାମଲା ବନ୍ଦ ହେବାର ନାମ ନେଉନାହିଁ । ଏହିପରି ବାନ୍ଦାର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ୬ବର୍ଷର କୁନି ଝିଅ ନଗମା ରବିବାର ଦିନ ଘରର କିଛି ଜିନିଷ କିଣିବା ପାଇଁ ବଜାରକୁ ଯାଇଥିଲା । ସେହି ସମୟରେ ଝିଅଟି କିଛି ବାଟ ଯିବା ପରେ ଅଚାନକ କିଛି ବୁଲା କୁକୁର ଏକ ଦଳ ହୋଇ ସାଙ୍ଗରେ ଭୁକିବାକୁ ଲାଗିଲେ ।

ଝିଅଟି କୁକୁରଙ୍କୁ ଦେଖି ଭୟରେ ସେଠାରୁ ଦୌଡ଼ିବାକୁ ଲାଗିଲା । କୁକୁରମାନେ ମଧ୍ୟ ଝିଅଟିକୁ ଦେଖି ତା ପଛରେ ଗୋଡ଼ାଇବାକୁ ଲାଗିଲେ । ଏଥି ମଧ୍ୟରେ ସେ ଘର ପାଖରେ ଥିବା ଏକ ବଡ଼ ଖାଲ ଭିତରେ ପଡ଼ିଗଲା । ଏହା ଦ୍ୱାରା ଝିଅଟିକୁ ବହୁତ କ୍ଷତି ପହଁଞ୍ଚିଥିଲା ଏବଂ ସେ ସେଠାରେ ବେହୋସ ହୋଇଯାଇଥିଲେ । ଘର ଲୋକଙ୍କୁ ଖବର ମିଳିବା ମାତ୍ରେ ସେମାନେ ଖାଲ ନିକଟରେ ଆସି ପହଁଞ୍ଚିଥିଲେ ଏବଂ ନଗମାକୁ ସେଠାରୁ ବାହାର କରି ହସ୍ପିଟାଲକୁ ନେଇଥିଲେ ।

ତୁରନ୍ତ ଡ଼ାକ୍ତର ସେଠାରେ ଚିକିତ୍ସା ଆରମ୍ଭ କରିଥିଲେ , କିନ୍ତୁ ଝିଅଟିର ଜୀବନକୁ ବଞ୍ଚାଇ ପାରିନଥିଲେ । ସୂଚନା ଅନୁଯାୟୀ ମୃତକଙ୍କ ବାପା ଜଣେ ଦିବ୍ୟାଙ୍ଗ ଥିଲେ ଓ ମଜୁରୀ ଲାଗିି ପରିବାର ଲୋକଙ୍କୁ ପାଳନ ପୋଷଣ କରୁଥିଲେ । ନଗମାର ମୃତ୍ୟୁ ପରେ ପରିବାରରେ ଶୋକ ଖେଳିଯାଇଛି ।

Get real time updates directly on you device, subscribe now.