fbpx

ପ୍ରେମିକ ସହ ଝିଅ ଫେରାର ହେବାରୁ ମୃତ ଘୋଷିତ କଲେ ପରିବାର , ୧୩ ଜୁନ୍ ରେ ଦଶାହ ଭୋଜି ଦେବାକୁ ବଣ୍ଟାଗଲା ଶୋକ ସନ୍ଦେଶ

ଭିଲୱାଡା:ରାଜସ୍ଥାନ ଭିଲୱାଡାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚର୍ଚ୍ଚାକୁ ଆସିଛି । ଏଠି ଏକ ପରିବାର ନିଜ ଜୀବିତ ଝିଅକୁ ମୃତ ଘୋଷଣା କରି ଦେଇଛି । କେବଳ ଏତିକି ନୁହେଁ ପୁରା ସମାଜରେ ନିଜ ଝିଅକୁ ମୃତ ଘୋଷଣା କରିବା ସହ ଦଶାହ ଭୋଜି ଦେବାକୁ ଶୋକ ସନ୍ଦେଶ ବି ବାଣ୍ଟି ସାରିଛି । ୧୩ ଜୁନ୍ ରେ ଆୟୋଜିତ ହେଉଛି ଏହି ଦଶାହ ଭୋଜି ।

ଭିଲୱାଡା ଜିଲ୍ଲାର ଏକ ଯୁବତୀ ନିଜ ଜାତିର ଏକ ଯୁବକଙ୍କ ସହ ଘର ଛାଡି ଚାଲି ଯାଇଥିଲା । ପରିବାର ଲୋକେ ଏହାକୁ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଯୁବତୀଙ୍କୁ ଖେ।।ଜି ଆଣିଥିଲା । ପରିବାର ଲୋକଙ୍କ ଉପସ୍ଥିତିରେ ଯୁବତୀଙ୍କ ସହ କଥାବାର୍ତ୍ତା ହେଲା । କିନ୍ତୁ ଯୁବତୀ ଜଣକ ପରିବାର ଲୋକଙ୍କୁ ଚିହ୍ନିନି ବୋଲି କହିଲା ପ୍ରେମିକ ସହ ପୁଣି ଚାଲିଗଲା ।

ଝିଅର ଏପରି କାର୍ଯ୍ୟକଳାପରେ ପରିବାର ଲୋକେ ଏତେମାତ୍ରାରେ ଆଘାତ ପାଇଲେ ଯେ ସେମାନେ ନିଜ ଝିଅ ଆଉ ନାହିଁ ବୋଲି ମାନିନେଲେ । ଏହାପରେ ସେମାନେ ଝିଅକୁ ସାରା ସମାଜରେ ମୃତ ଘୋଷଣା କରି ଶୋକ ସନ୍ଦେଶ ଚପାି ବାଣ୍ଟିଲେ । ଏହି ଶୋକ ସନ୍ଦେଶରେ ଝିଅର ମୃତ୍ୟୁ ତାରିଖ ଓ ୧୩ ଦିନ ପରେ ମୃତ୍ୟୁ ଭୋଜିରେ ସାମିଲ ହେବାକୁ ଲୋକଙ୍କୁ ନିମନ୍ତ୍ରଣ ରହିଛି । ଏହି କାର୍ଡ ପରିବାରର ପରିଚିତ ଓ ସଂପର୍କୀୟଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି ।

ପରିବାରର ଏହି ଅଜବ ନିଷ୍ପତ୍ତି ଓ ଶୋକ ସନ୍ଦେଶ ବାଲା କାର୍ଡକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଯେତିକି ଚର୍ଚ୍ଚା ଚାଲିଛି ସୋସିଆଲ ମିଡିଆରେ ସେତିକି ଚର୍ଚ୍ଚା ଚାଲିଛି । ଏହି କାର୍ଡରେ ଝିଅର ଫଟୋ ମଧ୍ୟ ରହିଛି ।
ଘଟଣାଟି ହେଉଛ ଭିଲୱାଡା ଜିଲ୍ଲା ରତନପୁରା ଗ୍ରାମର । ପ୍ରିୟା ଜାଟ୍ ନାମକ ଏହି ଯୁବତୀ ପରିବାରର ଇଚ୍ଛା ବିରୁଦ୍ଧରେ ନିଜ ପସନ୍ଦର ଯୁବକଙ୍କ ସହ ଘରୁ ଚାଲି ଯାଇଥିଲେ । ଏହି ଘଟଣା ପରେ ପରିବାର ପରିଜନ ହମିରଗଡ ଥାନାରେ ପ୍ରିୟାର ନିଖୋଜ ନେଇ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ପ୍ରିୟାକୁ ଖୋଜି ଆଣିଥିଲେ ମଧ୍ୟ ସେ ପୋଲିସ ସାମ୍ନାରେ ନିଜ ପରିବାରକୁ ଚିହ୍ନିବାକୁ ମନା କରିଦେଇଥିଲା ।

Get real time updates directly on you device, subscribe now.