fbpx

ବରଯାତ୍ରୀମାନେ ନାଚୁଥିବା ବେଳେ ମାଡିଗଲା ମହିନ୍ଦ୍ରା ଥାର, ୧୧ ଆହତ

AAKASH

ମୁମ୍ବାଇ: ମହାରାଷ୍ଟ୍ରର ଉଲହସନଗରରେ ଡ୍ରାଇଭର ଏକ ବିବାହ ଉତ୍ସବରେ ନାଚୁଥିବା ନବରଯାତ୍ରୀଙ୍କ ଉପରେ କାର ଚଢାଇ ଦେଇଛନ୍ତି। ଏଥିରେ ୧୧ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ସେଲଫି ନେବାବେଳେ ଡ୍ରାଇଭର କାରର ନିୟନ୍ତ୍ରଣ ହରାଇଥିଲା। ବର୍ତ୍ତମାନ ଏହି ଘଟଣାରେ ପୋଲିସ ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଉଲହସନଗରରେ ଅବସ୍ଥିତ ପ୍ରବୀଣ ଇଣ୍ଟରନ୍ୟାସନାଲ ହୋଟେଲରେ ବିବାହ ଉତ୍ସବ ଚାଲିଥିଲା ଏବଂ କିଛି ବରଯାତ୍ରୀ ନାଚୁଥିଲେ। ଏହି ସମୟରେ ବିଶାଲ ଲୁଧୱାନୀ ନାମକ ଜଣେ ଯୁବକ ସେହି ବରଯାତ୍ରୀଙ୍କ ଉପରେ ମହିନ୍ଦ୍ରା ଥାର ଗାଡି ଚଢ଼ାଇଦେଇଥିଲେ, ଯେଉଁଥିରେ ୧୧ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଜସଲୋକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୪୬ ବର୍ଷୀୟ ଚାନ୍ଦନୀ ଗିରିଶ ଲାଲୱାନି, ୪୫ ବର୍ଷୀୟ କରୀନା ସୁନୀଲ ଶିବାନୀ, ୪୨ ବର୍ଷୀୟ ସୀମା ଦିଲୀପ କୁମାର ତାଲରେଜା ଅଛନ୍ତି।

ଏମାନଙ୍କ ବ୍ୟତୀତ ୪୫ ବର୍ଷୀୟ ହିତିକା ଦିଲୀପ ଦାଦଲାନି, ୫୦ ବର୍ଷୀୟ କାଞ୍ଚନ ସୁରେଶଲାଲ ରୋହିଦା, ସାଇରାମ ଶଙ୍କର ଇନସୁଲକର, ମୀନା ହରେଶ କାଟାରିଆ, ହରେଶ ବଚ୍ଚାରାଓ କାଟିୟାର, ଅନମୋଲ ଉମେଶ କୁମାର ତେଜୱାନି, କାଜଲ ମୋହନ ଦଡଲାନି ଏବଂ ସିଦ୍ଧ ନବୀନ କେସୱାନୀ ଅନ୍ତର୍ଭୁକ୍ତ। କେନ୍ଦ୍ରୀୟ ପୋଲିସ ଏହି ଘଟଣାର ତଦନ୍ତ କରୁଛି। କୁହାଯାଉଛି ଯେ, ସେଲଫି ନେବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା।

ଆହତମାନେ କହିଥିଲେ ଯେ, କାର ଡ୍ରାଇଭର ସେମାନଙ୍କ ଉପରେ ମାଡି ଆସୁଥିବା ବେଳେ ସେମାନେ ବିବାହ କାର୍ଯ୍ୟରେ ନାଚୁଥିଲେ। ପୋଲିସ ଏହି ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ବ୍ୟବସ୍ଥା କରିବା ସହ ତଦନ୍ତ ଚଳାଇଛି।

Get real time updates directly on you device, subscribe now.