fbpx

ଅର୍ଡର କରିଥିଲେ ସେଓ, ଡେଲିଭେରୀରେ ଆସିଲା ଆପଲ୍ ଫୋନ୍

ୟୁକେ, ୧୮ା୪ (ଓଡିଶା ଭାସ୍କର) : ଅନେକ ସମୟରେ ଆମେ ଯାହା ଆଶା କରିଥାଉ ତାହା ହଠାତ୍ କିପରି ହୋଇଯାଏ । ତାହା କେହି ଜାଣିପାରନ୍ତିନି । ଛୋଟ ଜିନିଷକୁ ଆଶ୍ରା କରି ଆମେ ବେଳେ ଅନେକ କିଛି ଜୀବନରେ ପାଇଥାଉ । ଆଉ ଅନେକ ସମୟରେ ଯାହା ସ୍ୱପ୍ନରେ ଦେଖୁ ତାହା କେତେବେଳେ ଯେ ବାସ୍ତବତାରେ ପରିଣତ ହୋଇଯାଏ । ସେହିଭଳି କିଛି ଘଟିଛି ୟୁକେର ଜଣେ ବ୍ୟକ୍ତିଙ୍କ ସହ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ । ୟୁକେର ଉକ୍ତ ବ୍ୟକ୍ତି ଜଣକ ଅନଲାଇନ୍ ସାଇଟ୍ ରୁ ସେଓ ଅର୍ଡର କରିଥିଲେ ହେଲେ ଡେଲିଭେରୀରେ ସେଓ ସହିତ ଏକ ଆପଲ୍ ଫୋନ୍ ମଧ୍ୟ ଆସିଲା । ତାହେଲେ ଚାଲନ୍ତୁ ଜାଣିବା ପୁରା ଘଟଣା ।

ମିଡିଆ ରିପୋର୍ଟ ଅନୁସାରେ, ୟୁକେରେ ରହୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି ତାଙ୍କ ନାମ ହେଉଛି ନିକ୍ ଜେମ୍ସ । ସେ ଅନ୍ଲାଇନ ଗ୍ରୋସରି ୱେବସାଇଟ୍ ଟେସ୍କୋରୁ ସେଓ ଅର୍ଡର କରିଥିଲେ । ଆଉ ଯେତେବେଳେ ଡେଲିଭେରୀ ହେବାକୁ ଆସିଥିଲା । ସେତେବେଳେ ନିକ୍ ଙ୍କ ପାଖକୁ ଏକ ସର୍ ପ୍ରାଇଜ୍ ବକ୍ସ ଆସିଥିଲା । ଆଉ ଯେତେବେଳେ ତାକୁ ସେ ଖୋଲିଲେ ସେ ଦେଖିଲେ ସେଥିରୁ ସେଓ ସହ ଏକ ଆପଲ୍ ଏସଇ ବହାରିଥିଲା । ଆଉ ତାପରେ ତାଙ୍କ ଖୁସିର ଆଉ ଠିକଣା ରହିନଥିଲା । ଏନେଇ ନିକ୍ ଟ୍ବିଟର୍ ଜରିଆରେ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ମୁଁ ଅନ୍ଲାଇନରେ ସେଓ ଅର୍ଡର କରିଥିଲି, ତା ସହିତ ମୋତେ ଏକ ଆପଲ ଆଇଫୋନ ମିଳିଛି। ତେବେ ନିକ୍କୁ କାହିଁକି ଆଇଫୋନ ମିଳିଲା ତାହା ବି ସେ କହିଛନ୍ତି ।

ନିକ୍ କହିଛନ୍ତି, ମୁଁ ଭାବିଥିଲି ସର୍ପ୍ରାଇଜ ବକ୍ସରେ ଇଷ୍ଟର ଏଗ୍ ଅଥବା କିଛି ଅନ୍ୟ ଜିନିଷ ଥାଇପାରେ । କିନ୍ତୁ ଆଇଫୋନ ଦେଖିବା ପରେ ଆଶ୍ଚର୍ୟ୍ୟ ଚକିତ ହୋଇଥିଲି । ତେବେ ଏହି ବକ୍ସ କମ୍ପାନୀ ପକ୍ଷରୁ ଏକ ପ୍ରମୋଶନାଲ କ୍ୟାମ୍ପେନ ପାଇଁ ଦିଆଯାଇଥିଲା । କେବଳ ନିକ୍ ନୁହନ୍ତି, ଅନ୍ୟ ଗ୍ରାହକମାନଙ୍କୁ ବି ସର୍ପ୍ରାଇଜ ବକ୍ସ ମିଳିଥିଲା ।

 

Get real time updates directly on you device, subscribe now.