fbpx
BJD SKY
BJD SKY

(Video) ଭାରତ-ନେଦରଲାଣ୍ଡ ମ୍ୟାଚ ମଝିରେ ଯୁବକ କଲେ ପ୍ରେମ ନିବେଦନ: ଏବେ ଭିଡିଓ ହେଉଛି ଭାଇରାଲ

BJD

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ନେଦରଲାଣ୍ଡକୁ ମାତ ଦେଇ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହା ସହିତ ସେମିଫାଇନାଲ ପାଇଁ ମଧ୍ୟ ଆଉ ଏକ ପାଦ ଆଗକୁ ବଢାଇଛି ରୋହିତ ସେନା । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତର ଏହି ବିଜୟ ଖୁବ ଲୋକଙ୍କ ମନ କିଣି ନେଇଛି । ଏହା ବ୍ୟତୀତ ଦର୍ଶକ ଗ୍ୟାଲେରୀରେ ମଧ୍ୟ ଏକ ଅଦ୍ଭୁତ କାରନାମା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଦେଖିବା ପାଇଁ ଗ୍ୟାଲେରୀରେ ଭିଡ ଲାଗିଥିଲା ।

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ପ୍ରେମ ନିବେଦନ କରୁଥିବା ଦେଖାଯାଇଛି । ଭାରତୀୟ ଜର୍ସି ପିନ୍ଧିଥିବା ଏହି ଯୁବକ ଫିଲ୍ମ ଷ୍ଟାଇଲରେ ରିଙ୍ଗ ଦେଇ ତାଙ୍କ ଗାର୍ଲପ୍ରେଣ୍ଡଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି । ଅନ୍ୟ ପକ୍ଷରେ ଏମିତି ଏକ କ୍ୟୁଟ ପ୍ରପୋଜାଲକୁ ଗ୍ରହଣ ନ କରି ରହି ପାରି ନାହାନ୍ତି ପ୍ରେମିକା । ଯୁବକଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିବା ସହିତ ବିବାହ ପାଇଁ ରାଜି ହୋଇଯାଇଛନ୍ତି ମହିଳା । ତେବେ ଏହା ଦେଖିବା ପାଇଁ ସେଠାରେ ଦର୍ଶକଙ୍କ ଭିଡ ଲାଗିଥିଲା । କ୍ୟାମେରା ସାମନାରେ ପ୍ରେମିକାଙ୍କୁ ପ୍ରପୋଜ କରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାରତ-ନେଦରଲାଣ୍ଡ ମ୍ୟାଚ ମଝିରେ ଯୁବକ କଲେ ପ୍ରେମ ନିବେଦନ: ଏବେ ଭିଡିଓ ହେଉଛି ଭାଇରାଲ
ଭାରତ-ନେଦରଲାଣ୍ଡ ମ୍ୟାଚ ମଝିରେ ଯୁବକ କଲେ ପ୍ରେମ ନିବେଦନ: ଏବେ ଭିଡିଓ ହେଉଛି ଭାଇରାଲ

 

View this post on Instagram

 

A post shared by ICC (@icc)

କ୍ରିକେଟ ମଇଦାନରେ ଏମିତି ପ୍ରେମ ନିବେଦନ କରିବା ଘଟଣା ଏହା ପ୍ରଥମ ନୁହେଁ । ଏହାପୂର୍ବରୁ ଅନେକ ଥର ଖେଳାଳି ଏବଂ ଦର୍ଶକଙ୍କ ମଧ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ୨୦୨୧ ମସିହା ଆଇପିଏଲରେ ଚେନ୍ନାଇର ତଥା ଭାରତର ସୁପରଷ୍ଟାର ଅଲରାଉଣ୍ଡର ଦୀପକ ଚହର ତାଙ୍କ ପ୍ରେମିକାଙ୍କୁ ଏହି ଷ୍ଟାଇଲରେ ପ୍ରପୋଜ କରିଥିଲେ ।

Get real time updates directly on you device, subscribe now.