fbpx
BJD
BJD SKY
BJD SKY

(Video)ହୁତୁ ହୁତୁ ହୋଇ ଜଳୁଛି ବିଜୁଳି ବିଭାଗ ଅଫିସ, ଟ୍ରାନ୍ସଫର୍ମର ବିସ୍ଫୋରଣ ଶବ୍ଦରେ ଆତଙ୍କିତ ସ୍ଥାନୀୟ ଅଧିବାସୀ

ରାୟପୁର: ଛତିଶଗଡ ରାଜଧାନୀ ରାୟପୁରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ଗୁଢିଆରୀ ଥାନା ଅଞ୍ଚଳର ଭାରତ ମାତା ଛକ ନିକଟସ୍ଥ ବିଦ୍ୟୁତ୍ ବିଭାଗ ସବଡିଭିଜନ୍ ଅଫିସ୍‌ରେ ଆଜି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁ ଲାଗିବାର ସୂଚନା ଦମକଳ ବିଭାଗକୁ ମିଳିବା ପରେ ତୁରନ୍ତ ୬ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗି ପଡିଛନ୍ତି । ତେବେ ଏହି ଭୀଷଣ ଅଗ୍ନିକାଣ୍ଡରେ ମଝିରେ ମଝିରେ ଟ୍ରାନ୍ସଫର୍ମର ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ କରୁଛି ଯାହାଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳରେ ଭୟଭୀତ ହୋଇ ପଡିଛନ୍ତି ।

ତେବେ ବିଦ୍ୟୁତ୍ ବିଭାଗ ଅଫିସ୍‌ରେ ରଖାଯାଇଥିବା ଟ୍ରାନ୍ସଫର୍ମରରେ ସର୍ଟ ସର୍କିଟ୍ ହେବା କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ତେବେ ଏହି ଅଗ୍ନକାଣ୍ଡରେ କେତେ ଧନଜୀବନ କ୍ଷତି ଘଟିଛି ତାହାର କୌଣସି ସୂଚନା ମିଳିନାହିଁ । ତାଜା ଖବର ଅନୁଯାୟୀ ଏହି ନିଆଁ ଝାଞ୍ଜି ପବନ ଯୋଗୁ ଦ୍ରୁତ ଗତିରେ ବ୍ୟାପୁଛି ଯାହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି । ବିିପଦର ଆଶଙ୍କା କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିକଟବର୍ତ୍ତୀ କୋଠା, ଦୋକାନ ଓ ଅଫିସ୍ ଖାଲି କରି ଦିଆଯାଇଛି ।

Get real time updates directly on you device, subscribe now.