fbpx

ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଲିଖିତ ପରୀକ୍ଷାର ବିସ୍ତୃତ ବିବରଣୀ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଆସିଛି ଏକ ବଡ଼ ଅପଡେଟ୍ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ / ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦର ଲିଖିତ ପରୀକ୍ଷାର ବିସ୍ତୃତ ବିବରଣୀ ଘୋଷଣା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏପ୍ରିଲ ମାସ ୨୮ ତାରିଖ ରବିବାର ଦିନ ଏହି ପରୀକ୍ଷା କରାଯିବା ନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିବା ବେଳେ ଏବେ ତା’ର ବିସ୍ତୃତ ସୂଚୀ ଜାରି କରାଯାଇଛି ।

ଆସନ୍ତା ୨୮ ତାରିଖ ଦିନ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ (ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୨.୫୦ ପର୍ଯ୍ୟନ୍ତ) ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଦ୍ୱିପ୍ରହର ୨ଟାରୁ ଅପରାହ୍ଣ ୪.୩୦ ପର୍ଯ୍ୟନ୍ତ (ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୫.୨୦ ପର୍ଯ୍ୟନ୍ତ) ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା କଟକର ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦ୍ରରେ ଅନୁଷ୍ଠିତ ହେବ । ଏନେଇ ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଓପିଏସସି ୱେବସାଇଟ୍ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.