fbpx
BJD SKY
BJD SKY

ଦିଲ୍ଲୀ କଂଗ୍ରେସ ପ୍ରଦେଶ କମିଟିର ନୂତନ ଅଧ୍ୟକ୍ଷ ହେଲେ ଦେବେନ୍ଦ୍ର ଯାଦବ, ଲଭଲୀଙ୍କ ଇସ୍ତଫା ପରେ ଦଳର ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସ ପ୍ରଦେଶ କମିଟିର ନୂତନ ଅଧ୍ୟକ୍ଷ ଭାବେ ପଞ୍ଜାବର କଂଗ୍ରେସ ପ୍ରଭାରୀ ଦେବେନ୍ଦ୍ର ଯାଦବଙ୍କୁ ନିଯୁକ୍ତ କରାଯାଇଛି । ମଙ୍ଗଳବାର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେବେନ୍ଦ୍ରଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ନିକଟରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂହ ଲଭଲୀଙ୍କ ଇସ୍ତଫା ପରେ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ କଂଗ୍ରେସ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

ପଞ୍ଜାବର କଂଗ୍ରେସ ପ୍ରଭାରୀ ଦେବେନ୍ଦ୍ର ଯାଦବ ଏହା ପୂର୍ବରୁ ଉତ୍ତରାଖଣ୍ଡରେ କଂଗ୍ରେସ ପ୍ରଭାରୀ ଥିଲେ । ତାଙ୍କୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଜୟ ମାକେନଙ୍କ ନିକଟତର ବୋଲି ବିବେଚିତ କରାଯାଉଥିଲା । ଦିଲ୍ଲୀର ବାଦଲୀ ଅସନରୁ ଦେବେନ୍ଦ୍ର ବିଧାୟକ ରହିସାରିଛନ୍ତି । ୨୦୦୮ ଏବଂ ୨୦୧୩ ବିଧାନସଭା ନିର୍ବାଚନରେ ସେ ବିଜୟ ହାସଲ କରିଥିଲେ । ସେ କଂଗ୍ରେସ ସ୍କ୍ରିନିଂ କମିଟିର ସଦସ୍ୟ ମଧ୍ୟ ରହିସାରିଛନ୍ତି । କହିରଖୁଛୁ ଲଭଲୀ ସିଂହଙ୍କ ଇସ୍ତଫା ପରେ ଦେବେନ୍ଦ୍ର ଯାଦବଙ୍କ ସହ ରାଜେଶ ଲିଲୋଠିଆଙ୍କ ନାଁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦ ରେସରେ ସାମିଲ ଥିଲା ।

Get real time updates directly on you device, subscribe now.