fbpx
BJD
BJD SKY
BJD SKY

NEET ପରୀକ୍ଷାର ୫ ଦିନ ପୂର୍ବରୁ ଛାତ୍ରଙ୍କର ମୃତ୍ୟୁ, ଜେଜେ କାନ୍ଦି କାନ୍ଦି କହିଲେ- ଟପ୍ କରିବି ବୋଲି କହୁଥିଲା

ନୂଆଦିଲ୍ଲୀ: ରାଜସ୍ଥାନ କୋଟାରେ ଆଉ ଏକ ଛାତ୍ରଙ୍କର ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଛି । ଛାତ୍ରଙ୍କର ଏହି ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଏହି ଛାତ୍ରଙ୍କୁ ହତ୍ୟା କରାଯାଇଛି । ଅନ୍ୟ ପକ୍ଷରେ ପୋଲିସ କହିବାନୁଯାୟୀ, ଛାତ୍ର ନିଜ ଜୀବନ ନିଜେ ନେଇଛି । ପୁରା ମାମଲା ସନ୍ଦେହଜନକ ହୋଇ ରହିଛି । ଏହାରି ମଧ୍ୟରେ ଛାତ୍ରଙ୍କର ଶବକୁ ତାଙ୍କ ଘରକୁ ନିଆଯାଇ ମଙ୍ଗଳବାର ଦିନ ଶବସତ୍କାର କରାଯାଇଛି ।

ସୂଚନାନୁଯାୟୀ, ରୋହତକର ବିଶାଲ ନଗରରେ ରହୁଥିବା ସୁମିତ ରାଜସ୍ଥାନର କୋଟାରେ ନିଜର କୋଚିଂ ନେଉଥିଲେ । ସେ ନିଜ ଜେଜେଙ୍କୁ କହିଥିଲେ ଯେ, ସେ ଟପ-୧୦ରେ ଆସିବ । ଏହି କଥାର ପୁନରାବୃତ୍ତି କରି ତାଙ୍କ ଜେଜେ କାନ୍ଦି ପକାଇଛନ୍ତି ।

ରବିବାର ଦିନ ଯେତେବେଳେ ପରିବାର ଲୋକେ ସୁମିତଙ୍କୁ ଫୋନ କଲେ ସେତେବେଳେ ସେ ଫୋନ ଉଠାଇନଥିଲେ । ଏହାପରେ ପରିବାର ଲୋକେ ହଷ୍ଟେଲକୁ ଫୋନ କରିବା ପରେ ଶୁଣିବାକୁ ପାଇଲେ ଯେ, ସୁମିତ ସୁଇସାଇଡ କରିଦେଇଛି । ସେ ମେଡିକାଲ ପ୍ରତିଯୋଗୀ ପ୍ରବେଶ ପରୀକ୍ଷା ଅର୍ଥାତ ନିଟର ପ୍ରସ୍ତୁତି ପାଇଁ କୋଟାରେ କୋଚିଂ ନେଉଥିଲେ । ସେ ସର୍ବଦା କହୁଥିଲେ ଯେ, ସେ ପରୀକ୍ଷାରେ ରେକର୍ଡ କରିବେ । ପରିବାରକୁ ମଧ୍ୟ ତାଙ୍କ ଉପରେ ବିଶ୍ୱାସ ଥିଲା । ହେଲେ ତାଙ୍କର ଏହି ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟାର ଅଭିଯୋଗ ଆଣିଛନ୍ତି ।

Get real time updates directly on you device, subscribe now.