fbpx
BJD
BJD SKY
BJD SKY

ରେକର୍ଡ ଭାଙ୍ଗିଲା ତାତି, ସାଢେ ୨ଟା ସୁଦ୍ଧା ବାଲେଶ୍ୱରର ତାପମାତ୍ରା ୪୬ ଡିଗ୍ରୀ

ଭୁବନେଶ୍ୱର: ଆଜି ସାରା ଓଡ଼ିଶାରେ ନିଆଁବର୍ଷା ହେଉଛି । ଦ୍ୱିପ୍ରହର ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିଛି । ସେହିପରି ରାଜଧାନୀର ତାପମାତ୍ରା ୪୫.୪ ଡିଗ୍ରୀ ଛୁଇଁଛି । ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି । ଆଜି ବାଲେଶ୍ୱରରେ ସାଢେ ୧୧ଟା ସୁଦ୍ଧା ୪୪,୧ ଡିଗ୍ରୀ ସେଲସିୟସ୍ ସହ ସର୍ବାଧିକ ପାର କରିଥିଲା । ସେହିଭଳି ୧୧.୩୦ରେ ଭୁବନେଶ୍ୱର ତାପମାତ୍ରା ୪୩.୬, ଝାରସୁଗୁଡ଼ାରେ ୪୨.୫ ଡିଗ୍ରୀ, କେନ୍ଦୁଝର ୪୧.୪, ଚାନ୍ଦବାଲିରେ ୪୧.୨, ରାଉରକେଲାରେ ୪୦.୪ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.