fbpx
BJD SKY
BJD SKY

କ୍ଲୋନିଂର ଶକ୍ତି ଦେଖିଲା ଦୁନିଆ: ୧୯୮୮ ମସିହାରେ ସଂଗ୍ରହ କରାଯାଇଥିବା ଟିସୁରୁ ସୃଷ୍ଟି ହେଲେ ବିଲୁପ୍ତ ପ୍ରଜାତିର ଦୁଇଟି ନୂଆ ଜୀବ

BJD

ନୂଆଦିଲ୍ଲୀ: ଜୀବନ ଅଛି ମାନେ ମୃତ୍ୟୁ ଅବଶ୍ୟମ୍ଭାବୀ । ଏ ପୃଥିବୀ ପୃଷ୍ଠରେ ମଣିଷ, ଜୀବଜନ୍ତୁ ସମସ୍ତେ ଥରେ ଜନ୍ମ ନେବା ପରେ ଦିନେ ନା ଦିନେ ମୃତ୍ୟୁବରଣ କରିଥାନ୍ତି । ତେବେ ଆମ ପୃଥିବୀରୁ ଦିନକୁ ଦିନ ଅନେକ ପ୍ରଜାତି ବିଲୁପ୍ତ ହେବାରେ ଲାଗିଛନ୍ତି । ତେଣୁ ଭୂପୃଷ୍ଠରେ ସେମାନଙ୍କର ଅସ୍ତିତ୍ୱକୁ ବଞ୍ଚାଇ ରଖିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପ୍ରୟାସ ଜାରି ରଖିଛନ୍ତି । ଭାରତ କଥା ବିଚାର କଲେ, ଏଠାରେ ଟାଇଗର, ଏସୀୟ ସିଂହ, ଧଳ ତେନ୍ଦୁଆ, କଳା ହରିଣ, ଏକସିଙ୍ଗୀ ଗଣ୍ଡା ପରି ପଶୁଙ୍କ ସଂଖ୍ୟା ଧୀରେଧୀରେ କମିବାକୁ ବସିଲାଣି ।

ତେବେ ଏପରି ବିଲୁପ୍ତ ହେବାକୁ ବସିଥିବା ପ୍ରଜାତିଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରାଯାଉଛି । ସେଥିମଧ୍ୟରୁ ଗୋଟିଏ ଉପାୟ ହେଉଛି ‘କ୍ଲୋନିଂ’ । କ୍ଲୋନିଂ ସହାୟତାରେ ଏହି ପ୍ରଜାତିଗୁଡ଼ିକୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରେ । ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଆମେରିକାରେ । ସେଠାରେ କ୍ଲୋନିଂ ଜରିଆରେ ଏକ ବିଲୁକ୍ତ ହୋଇଯାଇଥିବା ପ୍ରଜାତିର ଦୁଇଟି ନୂଆ ଜୀବ ସୃଷ୍ଟି ହୋଇଛନ୍ତି ।

ୟୁଏସ ଫିଶ ଆଣ୍ଡ ୱାଇଲ୍ଡଲାଇଫ ସର୍ଭିସ ଓ ତା’ର ଜେନେଟିକ ରିସର୍ଚ୍ଚ ପାର୍ଟନର୍ସ ପକ୍ଷରୁ ଦୁଇଟି ନୂଆ କଳା ପାଦଧାରୀ ଫେରେଟର ଜନ୍ମ ନେଇ ଘୋଷଣା କରାଯାଇଛି । ସେମାନଙ୍କର ନାମ ହେଉଛି ‘ନୋରୀନ’ ଓ ‘ଏଣ୍ଟୋନିୟା’ । ଏହା ପୂର୍ବରୁ କଳା ପାଦଧାରୀ ଫେରେଟ ‘ଏଲିଜାବେଥ ଏନ’କୁ କ୍ଲୋନରୁ ସୃଷ୍ଟି କରାଯାଇଥିଲା । ଏହି ଦୁଇ ନୂଆ ଅତିଥି ଆସିବା କ୍ଲୋନିଂର ସଫଳତା ଦର୍ଶାଉଛି । ନୋରୀନର ଜନ୍ମ କୋଲୋରାଡୋରେ ନ୍ୟାସନାଲ ବ୍ଲାକ-ଫୁଟେଡ ଫେରେଟ କଞ୍ଜର୍ଭେସନ ସେଣ୍ଟରରେ ହୋଇଥିବା ବେଳେ ଏଣ୍ଟୋନିୟା ବର୍ଜିନିୟାରେ ସ୍ମିଥସୋନିୟନ ନ୍ୟାସନାଲ ଜୁ ଓ କଞ୍ଜର୍ଭେସନ ବାୟୋଲୋଜି ଇନଷ୍ଟିଚ୍ୟୁଟରେ ରହିଛି ।

ଏହି ଦୁଇ ଜୀବକୁ ଏଲିଜାବେଥ ଏନ ପରି ଜେନେଟିକ ମ୍ୟାଟେରିଆଲ ଦ୍ୱାରା କ୍ଲୋନ କରାଯାଇଥିଲା । ସେମାନେ ଏବେ ସୁସ୍ଥ ଥିବାବେଳେ ଆଶା ମୁତାବକ ବଡ଼ ହେଉଛନ୍ତି । ଆଗକୁ ସେମାନଙ୍କର ବ୍ରିଡିଙ୍ଗ କରିବା ନେଇ ପ୍ରୟାସ କରାଯିବାର ପ୍ଲାନ ରହିଛି । ବିଲୁପ୍ତ ପ୍ରଜାରିର କ୍ଲୋନିଂ କରିବା ପାଇଁ ଆମେରିକାର ବିଭିନ୍ନ ସଂସ୍ଥାର ବୈଜ୍ଞାନିକମାନେ ବହୁଦିନରୁ ପ୍ରୟାସ ଜାରି ରଖିଆସିଥିବା ବେଳେ ଶେଷରେ ସେମାନଙ୍କୁ ତା’ର ସୁଫଳ ମିଳିଛି । କ୍ଲୋନିଂ ଟେକ୍ନୋଲୋଜିର ପ୍ରୟୋଗ କରି ଏହି ପ୍ରଜାତିଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରେ । ୧୯୮୮ ମସିହାରେ ବିଲ୍ଲା ନାମକ କଳା ପାଦଧାରୀ ଫେରେଟ ଠାରୁ ସଂଗ୍ରହ କରାଯାଇଥିବା ଟିସୁର ନମୂନାରୁ କ୍ଲୋନ କରାଯାଇଥିଲା । ଏହି ନମୂନାଗୁଡ଼ିକୁ ସେନ ଡିଏଗୋ ଜୁ ୱାଇଲ୍ଡଲାଇଫ ଆଲାଏନ୍ସର ଫ୍ରୋଜନ ଜୁ’ରେ ଷ୍ଟୋର କରି ରଖାଯାଇଥିଲା ।

Get real time updates directly on you device, subscribe now.