fbpx
BJD
BJD SKY
BJD SKY

ଖରାଦିନେ ତରଭୂଜ କାହିଁକି ଖାଇବା ଆବଶ୍ୟକ? ଜାଣନ୍ତୁ କ’ଣ କହୁଛନ୍ତି ହେଲ୍‌ଥ ଏକ୍ସପର୍ଟ

ଓଡ଼ିଶା ଭାସ୍କର: ଗ୍ରୀଷ୍ମ ଦିନେ ତରଭୂଜ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଆସନ୍ତୁ ଏହା ପଛରେ ଥିବା କିଛି କାରଣ ବିଷୟରେ ଜାଣିବା । ତରଭୂଜରେ ଅଧିକ ପରିମାଣରେ ପାଣି ରହିଥାଏ ଯେଉଁ କାରଣରୁ ଏହି ଫଳକୁ ଖାଇବାରେ ଆପଣଙ୍କ ଶରୀର ହାଇଡ୍ରେଟେଡ ରହିବ ।

ତରଭୂଜରେ ମିଳୁଥିବା ପୋଷକ ତତ୍ତ୍ୱ ଆପଣଙ୍କ ଇମ୍ୟୁନିଟୀକୁ ଦୃଢ କରିଥାଏ । ଏହି ଫଳର ସେବନ କରିଲେ ଆପଣଙ୍କ କୋଲେଷ୍ଟ୍ରଲ ଏବଂ ବିପିକୁ କଣ୍ଟ୍ରୋଲ କରିବା ସହ ଆପଣଙ୍କ ହାର୍ଟ ହେଲଥକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତରଭୂଜ ଖାଇବା ଆପଣଙ୍କ ଦାନ୍ତ ଏବଂ ମାଢି ପାଇଁ ମଧ୍ୟ ଫାଇଦା ମିଳିଥାଏ । ଯଦି ଆପଣ ନିଜ ଆଖିର ଚମକ ବଢାଇବାକୁ ଚାହୁଁଛନ୍ତି ତେବେ ତରଭୂଜର ସେବନ କରିବା ଆରମ୍ଭ କରିଦିଅନ୍ତୁ ।

ତରଭୂଜ ଆପଣଙ୍କ ସ୍କିନ ହେଲଥକୁ ଠିକ କରିବା ଏବଂ ହେୟାର ଗ୍ରୋଥକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ତରଭୂଜରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ସି, ଭିଟାମିନ ଏ ଏବଂ ଭିଟା କେରୋଟିନ ପରି ଅନେକ ପୋଷକ ତତ୍ତ୍ୱ ମଧ୍ୟ ଭଲ ମାତ୍ରାରେ ମିଳିଥାଏ । ଏହା ସଠିକ ଲାଭ ଉଠାଇବା ପାଇଁ ଅପଣଙ୍କୁ ଦ୍ୱିପ୍ରହରରେ ତରଭୂଜ ଖାଇବା ଆବଶ୍ୟକ ।

Get real time updates directly on you device, subscribe now.