fbpx

ମହାନଦୀରେ ବୁଡି ନାବାଳକ ମୃତ

ସୁବର୍ଣ୍ଣପୁର,୨୯ ।୩(ଓଡିଶା ଭାସ୍କର): ନାବାଳକ ପାଇଁ କାଳ ସାଜିଲା ହୋଲି ଗାଧୁଆ । ନଦୀରେ ଗାଧୋଇବା ବେଳେ ବୁଡିଯିବାରୁ ଚାଲିଗଲା ଜୀବନ । ସାରା ରାଜ୍ୟରେ ହୋଲି ଉତ୍ସବ ମନାଯାଉଥିବା ବେଳେ ସୁବର୍ଣ୍ଣପୁର ମହାନଦୀ ଘାଟରେ ବୁଡି ଜଣେ ୧୬ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି ।

ତେବେ ହୋଲି ଖେଳି ସାରି ମହାନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ ଦଶମ ଶ୍ରେଣୀର ଜଣେ ଛାତ୍ର । ଛାତ୍ରଙ୍କ ନାଁ ସୁମିତ ମେହେର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ମୃତ ଦେହ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.