fbpx

ବିରଜା ପାଞ୍ଜିର ଭବିଷ୍ୟବାଣୀ: ଖୁବଶୀଘ୍ର ରାଜ୍ୟରେ କମିବ କରୋନା, ଜାଣନ୍ତୁ କେବେ?

ଯାଜପୁର, ୨୯ା୩: ରାଜ୍ୟରେ କରୋନାର ପ୍ରକୋପ କମିବ । ଏଥିସହ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଏନେଇ ଭବିଷ୍ୟବାଣୀ କରିଛି ବିରଜା ପାଞ୍ଜି । ବିରଜା ପାଞ୍ଜିର ଭବିଷ୍ୟବାଣୀ ଅନୁଯାୟୀ ଦେଶ ଓ ରାଜ୍ୟରେ ପଣା ସଂକ୍ରାନ୍ତି ପରେ କରୋନାର ପ୍ରକୋପ ହ୍ରାସ ପାଇବ ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନିକଟରେ ଦୋଳ ପୂର୍ଣ୍ଣିମା ଅବସରରେ ପାଞ୍ଜି ପାଠ କରାଯାଇଛି । ବିରଜା ଜ୍ୟୋତିଷ ସେବକମାନେ ଏହି ପାଞ୍ଜି ପ୍ରସ୍ତୁତ କରିଛନ୍ତି । ବହୁ ପୂରାତନ କାଳରୁ ମା’ ବିରଜାଙ୍କର ନୂଆ ପାଞ୍ଜି ପୂର୍ଣ୍ଣିମାରେ ପାଠ କରାଯାଇ ଆସୁଛି । ସାଧାରଣତଃ ୧୨ଟି ରାଶିର ଗ୍ରହ ନକ୍ଷତ୍ର ଚଳନ ସହ ରାଜ୍ୟ ଓ ଦେଶର ଭବିଷ୍ୟତ ଗଣନା କରାଯାଇଥାଏ । ଏଥର ଦେଶର ସ୍ୱାସ୍ଥ୍ୟ ଭଲ ରହିବା ସହ କୃଷିର ବିକାଶ ଘଟିବ । ଏହାଛଡ଼ା କୌଣସି ରାଜନୈତିକ ଅସ୍ଥିରତାର ସମ୍ଭାବନା ନାହିଁ । ଦେଶ ଓ ରାଜ୍ୟ ଶାସନରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ବୋଲି ପାଞ୍ଜି ଭବିଷ୍ୟବାଣୀ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.