fbpx

୪ ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗି ଦିଅରଙ୍କ ସହ ପଳାଇଲା ଭାଭଜ

ଓଡ଼ିଶା ଭାସ୍କର: ଦିଅର ପ୍ରେମରେ ପଡ଼ି ପାଗିଳି ହୋଇ ୪ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗିଲେ ମହିଳା। ଏଭଳି ଘଟଣା ଘଟିଛି ବିହାରର ସୁପୌଲରେ। ଅଭିଯୁକ୍ତ ମା’ ଏଭଳି କରିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁକୁ ଚାଇଲ୍ଡ ଲାଇନ୍ ସୁପୌଲର ଟିମକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ମହିଳାଙ୍କ ନାମ ସୁନୀତା ଦେବୀ ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ମୁତାବକ, ସୁନୀତାଙ୍କ ସ୍ବାମୀ ଧୀରେନ୍ଦ୍ର ସାଦା ଅନ୍ୟ ରାଜ୍ୟରେ ଦିନ ମଜୁରିଆ ଭାବେ କାମ କରନ୍ତି।

ସ୍ବାମୀ ଦୂରରେ ରହୁଥିବାରୁ ସୁନୀତାଙ୍କର ତାଙ୍କ ଦିଅର ସୁବାଷଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଘଟଣା ଦିନ ଦିଅର ସହ ଫେରାର ହେବା ପୂର୍ବରୁ ସୁନୀତା ନିଜ ଝିଅକୁ କେନାଲ ପାଖ ଅଳିଆ ଗଦାରେ ଫିଙ୍ଗି ଚାଲିଯାଇଥିଲେ। ପାଖ ବିଲରେ କାମ କରୁଥିବା ଜଣେ ମହିଳା ଶିଶୁର କାନ୍ଦ ଶୁଣି ଅଳିଆ ଗଦା ପାଖକୁ ଆସିଥିଲେ। ଶିଶୁକୁ ଅଳିଆ ଗଦାରେ ପଡ଼ିଥିବା ଦେଖି ସେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ‌ଲୋକେ ସୁନୀତାଙ୍କ ଝିଅ ବୋଲି ଚିହ୍ନିବା ପରେ ତୁରନ୍ତ ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚିବା ପରେ ସୁନୀତା କିଭଳି ସ୍ବାମୀଙ୍କ ଅନୁପସ୍ଥିତିରେ ଦିଅର ସହ ପ୍ରେମ ସମ୍ପର୍କ ରଖୁଥିଲେ, ତାହା ଜଣାଇଥିଲେ ଗାଁ ଲୋକେ। ପୂରା ଘଟଣା ବିଷୟରେ ଜାଣିବା ପରେ ସୁପୌଲର ଚାଇଲ୍ଡ ଲାଇନ ଟିମକୁ ଶିଶୁକନ୍ୟାର ଦାୟିତ୍ବ ଦେବା ସହ ଫେରାର ପ୍ରେମୀଯୁଗଳଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ।

Get real time updates directly on you device, subscribe now.