fbpx

ପିଆରଏମ ମେଡିକାଲ କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟ, ତଦନ୍ତ ଚଳାଇଛି ବାରିପଦା ସଦର ଥାନା ପୋଲିସ

ବାରିପଦା: ପିଆରଏମ ମେଡିକାଲ କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟ । ଆଜି କଲେଜର ହଷ୍ଟେଲ କୋଠରୀରେ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମୃତ ଛାତ୍ର ଜଣଙ୍କ ହେଲେ କେନ୍ଦୁଝରର ସଚିନ କୁମାର ସାହୁ(୨୪) । ତେବେ ଝୁଲନ୍ତା ଅବସ୍ଥାରେ ସଚିନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ସଚିନ ତାଙ୍କ ଛାତ୍ରାବାସ କୋଠରୀର ଫ୍ୟାନରେ ଝୁଲୁଥିବା ଚିତ୍ର ଦେଖିବାକୁ ମିଳିଥିଲା । ବିଛଣା ଚଦର ଦ୍ୱାରା ସେ ଫ୍ୟାନରେ ଝୁଲୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସବୁଦିନ ଭଳି ଆଜି ବି ସଚିନ୍‌ ଡାକ୍ତରଖାନାରେ ଡ୍ୟୁଟି କରିଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ସାଙ୍ଗମାନଙ୍କ ସହ ବେଶ୍‌ କିଛି ସମୟ କଥାବାର୍ତ୍ତା ପରେ ସେ ନିଜ ଛାତ୍ରାବାସକୁ ଫେରିଥିଲେ। ସନ୍ଧ୍ୟା ହେବା ପରେ ବି ସେ ରୁମ୍ ବାହାରକୁ ଆଦୌ ବାହାରିନଥିଲେ । ଏହାପରେ ସଚିନର ସାଙ୍ଗମାନେ ତାକୁ ଡାକିବାକୁ ଲାଗିଥିଲେ । ଶେଷରେ ସଚିନ ଉତ୍ତର ନ ଦେବାରୁ ସାଙ୍ଗମାନେ ତାଙ୍କ ରୁମ୍ ଝରକା ଭାଙ୍ଗିଥିଲେ । ଏହାପରେ ସଚିନ ଫ୍ୟାନରେ ଝୁଲୁଥିବାର ସେମାନେ ଦେଖି ଏନେଇ ହଷ୍ଟେଲ କତୃପକ୍ଷଙ୍କୁ ସୂଚନା ଦେଇଥିଲେ । ହେଲେ ସଚିନଙ୍କୁ ଉଦ୍ଧାର କରି ମେଡିକାଲ ନେବା ଭିତରେ ତାଙ୍କର ଦେହାନ୍ତ ହୋଇସାରିଥିଲା ବୋଲି କୁହାଯାଇଛି । ତେବେ ପୋଲିସ ଏହି ଘଟଣାର ଖବର ପାଇ ତଦନ୍ତ ଆରମ୍ଭ କରିଛି । ଏହା ଆତ୍ମହତ୍ୟା ନା ଆଉକିଛି, ଯଦି ଏହା ଆତ୍ମହତ୍ୟା ତେବେ ଏହା ପଛର କାରଣ କ’ଣ? ଏନେଇ ତଦନ୍ତ ଚଳାଇଛି ବାରିପଦା ସଦର ଥାନା ପୋଲିସ ।

 

Get real time updates directly on you device, subscribe now.