ପ୍ରେମିକା ଏବଂ ତା’ ୭ ବର୍ଷର ଛୁଆକୁ ମାରି ଗଛରେ ଟାଙ୍ଗିଦେଲା ପ୍ରେମିକ, ପୋଲିସ ଯାଞ୍ଚରେ ଏମିତି ଜଣାପଡ଼ିଲା ସବୁ ସତ
ଜହ୍ଲାଦ ସାଜିଲା ପ୍ରେମିକ, ପ୍ରେମିକା ଏବଂ ତା’ ଛୁଆକୁ ମାରି ଗଛରେ ଟାଙ୍ଗିଦେଲା
ନୂଆଦିଲ୍ଲୀ: ବିହାରର ସୀତାଗଢୀ ଜିଲ୍ଲାର ଏକ ଭୟଙ୍କର ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଟ୍ରକ୍ ଡ୍ରାଇଭର ନିଜ ପ୍ରେମିକା ଏବଂ ତାଙ୍କ ଝିଅକୁ ମାରିଦେଇଛି। ହତ୍ୟାର ୫ ଦିନ ପରେ ପୋଲିସ ଏହାର ପର୍ଦ୍ଦାଫାସ୍ କରିଛି।
ସିମ୍ କାର୍ଡ ଖୋଲିଦେଲା ଗୁମର: ୧୨ ଅଗଷ୍ଟରେ ପଟଦୌରା ଗାଁର ଏକ ବଗିଚାରେ ଥିବା ଗଛରେ ଜଣେ ୩୫ ବର୍ଷୀୟ ମହିଳା ଏବଂ ୭ ବର୍ଷୀୟ ପିଲାର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣାସ୍ଥଳରୁ ଏକ ସିମ୍ କାର୍ଡ ପାଇଥିଲା। ଯାହା ମଧ୍ୟମରେ ଘଟଣାର ପର୍ଦ୍ଦାଫାସ୍ ଘଟିଥିଲା।
ଏମିତି ଯାଞ୍ଚ କରିଥିଲା ପୋଲିସ: ଏସପି ରଞ୍ଜନ ମାମଲାର ଗଭୀରତାକୁ ଯାଇ ଯାଞ୍ଚ କରିଥିଲେ। ସେ ପାଇଥିବା ସିମକାର୍ଡ ମାଧ୍ୟମରେ ସମସ୍ତଙ୍କୁ କଲ୍ କରିଥିଲେ। ଏହାପରେ ଜଣାପଡ଼ିଥିଲା ଯେ, ମହିଳା ଜଣକ ହେଉଛନ୍ତି କବିତା ଦେବୀ। ସେ ବୈଶାଲୀ ଜିଲ୍ଲାର ଶ୍ୟାମପୁର ଏରାଜୀ ଗାଁର ଏବଂ ସେ ବିବାହିତା ଥିଲେ। ତାଙ୍କ ସ୍ୱାମୀଙ୍କ ନାମ ମୁକେଶ କୁମାର।
ଡିଲିଟ୍ କରାଯାଇଥିଲା କଲ୍ ରେକର୍ଡ ପୋଲିସ ହାତରେ ଲାଗିବା ପରେ ସେ ଅପରାଧୀ ସଞ୍ଜୀତ କୁମାରଙ୍କ ପାଖରେ ପହଞ୍ଚିଥିଲେ। କବିତା ଏବଂ ସଞ୍ଜୀତଙ୍କ ମଧ୍ୟରେ ପ୍ରେମ ପ୍ରସଙ୍ଗ ଚାଲିଥିଲା। ପୋଲିସ ସଞ୍ଜୀତକୁ ଗିରଫ କରିବା ପରେ ସେ ସବୁ ସତ ମାନିଥିଲା।
ହତ୍ୟା ଷଡ଼ଯନ୍ତ୍ର: ଅଭିଯୁକ୍ତ ପୋଲିସକୁ କହିଥିଲା ଯେ, କବିତାଙ୍କ ସହ ତାଙ୍କର ୫ ବର୍ଷ ହେବ ଅବୈଧ ସମ୍ପର୍କ ଚାଲିଥିଲା। ସେମାନେ ହୋଟେଲରେ ଦୁହେଁ ଦୁହିଁଙ୍କୁ ଭେଟନ୍ତି।
ଏହାରି ମଧ୍ୟରେ ସଞ୍ଜିତଙ୍କ ସ୍ତ୍ରୀଙ୍କୁ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ।ଏଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥିଲା। କବିତାଙ୍କୁ ରାସ୍ତାରୁ ହଟାଇବା ଲାଗି ସଞ୍ଜିତ ଷଡ଼ଯନ୍ତ୍ର ରଚିଥିଲା।
ଶାରୀରିକ ସମ୍ବନ୍ଧ ପରେ ମାରିଦେଲା: ଏହାପରେ ସେ ୧୧ ଅଗଷ୍ଟରେ ମାଆ-ଝିଅଙ୍କୁ ବୁଲାଇବା ଲାଗି ସଞ୍ଜିତ କବିତାଙ୍କୁ ଡାକିଥିଲା। ରାସ୍ତାରେ ସେମାନଙ୍କୁ ସଞ୍ଜିତ ସିଙ୍ଗଡ଼ା ଖୁଆଇଥିଲା।
ଏହାପରେ ସେ ଏମାନଙ୍କୁ ମାରିବା ପୂର୍ବରୁ କବିତା ସହ ଶାରୀରିକ ସମ୍ବନ୍ଧ ରଖିଥିଲା। ଏହାପରେ ସଞ୍ଜିତ ଏହି ମାଆ-ଝିଅଙ୍କୁ ମାରି କବିତାଙ୍କ ଶାଢୀରେ ଗଛରେ ଟାଙ୍ଗିଦେଇଥିଲା।