fbpx

କରୋନା ପରେ ଆସିଲା ଆଉ ଏକ ରହସ୍ୟମୟ ରୋଗ: ଅନିଦ୍ରା, ମତିଭ୍ରମ ଭଳି ଦେଖାଦେଉଛି ଲକ୍ଷଣ, ମୋବାଇଲ୍ ଦ୍ୱାରା ବ୍ୟାପୁଛି ସଂକ୍ରମଣ, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଦେଶବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ଏହା ମଧ୍ୟରେ ଏକ ନୂଆ ରହସ୍ୟମୟ ରୋଗର ସନ୍ଧାନ ମିଳିଛି । ଏହି ରହସ୍ୟମୟ ରୋଗ କାନାଡ଼ାରେ ଦେଖାଦେଇଛି । କୋଭିଡରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ସମୟରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସମସ୍ତଙ୍କୁ ବିଭ୍ରାନ୍ତ କରିଦେଉଛି ।

ରିପୋର୍ଟ ମୁତାବକ, କାନାଡ଼ାରେ ଏହି ରୋଗରେ ୪୮ ଜଣ ସଂକ୍ରମିତ ହୋଇଛନ୍ତି । ଏହି ରୋଗରେ ଅନିଦ୍ରା, ଅଙ୍ଗପ୍ରତ୍ୟଙ୍ଗ ଶିଥିଳତା, ମତିଭ୍ରମ ଭଳି ଲକ୍ଷଣ ଦେଖାଦେଉଛି । ଲୋକମାନେ ଏହି ରୋଗର ଶିକାର ହେବା ପରେ ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖୁଛନ୍ତି । ମୋବାଇଲ ଟାୱାରର ରେଡିଏସନ୍ ମାଧ୍ୟମରେ ଏହା ବ୍ୟାପୁଥିବା ବୈଜ୍ଞାନିକମାନେ କହିଛନ୍ତି । ୬ ବର୍ଷ ପୂର୍ବେ ଏହି ରୋଗ କାନାଡ଼ାରେ ଦେଇଥିବା ବେଳେ ୬ ଜଣ ପ୍ରାଣ ହରାଇଥିଲେ । ତେବେ କରୋନା ଆସିବା ପରେ ଏହି ରୋଗକୁ କେହି ଧ୍ୟାନ ଦେଇନଥିଲେ । ତେବେ ଏହି ରୋଗ ସହିତ କରୋନା ଭାଇରସର ସମ୍ପର୍କ ଅଛି ନା ନାହିଁ, ସେନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।

Get real time updates directly on you device, subscribe now.