fbpx

(Video) ସମୁଦ୍ରର ଗଭୀର ପାଣିରେ ଦିଶିଲା ରହସ୍ୟମୟୀ ମାଛ: ଗୋଲୁମୋଲୁ ଚେହେରା ଦେଖି ଲୋକେ ଘାଇଲା

ନୂଆଦିଲ୍ଲୀ: ନୀଳ ସାଗରର ଗଭୀରତା ଭିତରେ ଲୁଚି ରହିଛି ଅନେକ ରହସ୍ୟ । ସେହିପରି ଆମାଜନ ଜଙ୍ଗଲରେ ମଧ୍ୟ ଏଭଳି ଅନେକ ଜୀବଜନ୍ତୁ ରହିଛନ୍ତି, ଯେଉଁମାନଙ୍କ ବିଷୟରେ ଆଜିବି ଲୋକେ ଅଜଣା ରହିଛନ୍ତି । ତେବେ ଇଣ୍ଟରନେଟରେ ଅନେକ ସମୟରେ ଏଭଳି କିଛି ଭିଡିଓ ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରା ଆକ୍ୱାରିୟମରେ ଏକ ରହସ୍ୟମୟୀ ମାଛକୁ ଦେଖାଯାଇଛି ।

ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ଅଜବ ପ୍ରକାରର ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ । ଏଥିମଧ୍ୟରୁ ଅନେକ ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ । ବର୍ତ୍ତମାନ ବିଭିନ୍ନ ପ୍ରଜାତିର ମାଛ ଦେଖାଯାଇଉଛି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ମାଛର ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । ତେବେ ଏଭଳି ମାଛ ପୂର୍ବରୁ ହୁଏତ କେହି ଦେଖି ନଥିବେ । ଭିଡିଓରେ ହଳଦିଆ ରଙ୍ଗର ଏକ ମାଛକୁ ପାଣି ଭିତରେ ପହଁରୁଥିବାର ଦେଖିବାକୁ ମିଳିଛି । ତେବେ ଏହାର ରୂପ ଏବଂ ଚେହେରା ଅନ୍ୟ ମାଛଗୁଡ଼ିକ ଅପେକ୍ଷା ଖୁବ ଅଲଗା ଏବଂ ସୁନ୍ଦର ମନେ ହେଉଛି ।

 

View this post on Instagram

 

A post shared by UNILAD (@unilad)

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓ ଅପଲୋଡ ହେବା ପରେ ଏହାକୁ ଅନେକ ଲୋକ ଦେଖି ସାରିଛନ୍ତି । ତେବେ ଅଧିକାଂଶ ୟୁଜର ଏହାକୁ ପସନ୍ଦ କରୁଥିବା ବେଳେ ଶହ ଶହ ୟୁଜର ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରୁଥିବାର ଦେଖାଯାଇଛି । ଗୋଟିଏ ଦିନ ଭିତରେ ଏହି ଭିଡିଓକୁ ୫୫ ହଜାରରୁ ଅଧିକ ଲୋକ ପସନ୍ଦ କରିସାରିଛନ୍ତି ।

Get real time updates directly on you device, subscribe now.