fbpx

Instagramର ନୂଆଫିଚର, Reels ଏବଂ storyରେ ବ୍ୟବହାର କରିପାରିବେ ନିଜ ଫଟୋର କଷ୍ଟମାଇଜ ଷ୍ଟିକର

ଓଡିଶା ଭାସ୍କର : ଇନଷ୍ଟାଗ୍ରାମ ମଝିରେ ମଝିରେ ତାହାର ଗ୍ରାହକ ମାନଙ୍କ ନୂଆଫିଚର ଆଣିଥାଏ । ଯାହା ଫଳରେ ୟୁଜରମନେ ସହଜ ଏବଂ ସରଳ ଉପାୟରେ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ । ଏବେ ଇନଷ୍ଟାଗ୍ରାମ ଗ୍ରାହକ ମାନଙ୍କ ପାଇଁ ନୂଆଫିଚର ଆଣୁଛି । ଯାହା ରିଲ୍ସ ଏବଂ ଷ୍ଟୋରୀର ଅନ୍ଦାଜ ବଦଳାଇବ । କମ୍ପାନୀ ନୂଆ ଷ୍ଟିକର କ୍ରିଏସନ ଫିଚର ସେଟିଙ୍ଗ କରୁଛନ୍ତି ।

ଏହି ଫିଚର ଦ୍ୱାରା କ୍ରିଏଟର ରିଲ୍ସ ଏବଂ ଷ୍ଟୋରୀରେ ନିଜେ ନିଜର ଫଟୋ ବ୍ୟବହାର କରିପାରିବେ । ତେବେ ଇନଷ୍ଟାଗ୍ରାମର ଏହି ନୂଆଫିଚର ବିଷୟରେ କମ୍ପାନୀର ପ୍ରମୁଖ ତାଙ୍କ ବ୍ରଡକାଷ୍ଟ ଚ୍ୟାନେଲରେ ଦେଇଛନ୍ତି । ଷ୍ଟିକର କ୍ରିଏସନ ଦ୍ୱାରା କେମେରା ରୋଲରେ ଫଟୋ ଇନଷ୍ଟାଗ୍ରାମରେ ଦେଖିବାକୁ ପାଇବେ ଏହି ଫଟୋରୁ ଆପଣ ଷ୍ଟିକର ବନାଇ ପାରିବେ ।

Get real time updates directly on you device, subscribe now.