fbpx

Boyfriend ଅର୍ଜୁନଙ୍କ ସହ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପୁରୁଣା ଭିଡିଓ ଭାଇରାଲ

Advertisement

ଓଡିଶା ଭାସ୍କର; ବଲିଉଡର ଫିଟନେସ୍ କୁଇନ୍ ମଲାଇକା ଆରୋରା ଅନେକ ସମୟରେ ନିଜ ବ୍ୟକ୍ତିଗତ ଓ ପେସାଦାର ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ତେବେ ଗତକାଲି ସେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ସେଲିବ୍ରେସନର ଏକ ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ଅଭିନେତ୍ରୀ ମଲାଇକା ନିଜ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ଡ୍ୟାନ୍ସ କରି ଖୁବ ମଜା ନେଇଛନ୍ତି । କିନ୍ତୁ ବାସ୍ତବରେ ଏହା ଏକ ପୁରୁଣା ଭିଡିଓ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗିରହିଥିବା ବେଳେ ଗତକାଲି ଏହି ଭିଡିଓଟି ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏହି ପୁରୁଣା ଭିଡିଓଟିରେ ସେ ତାଙ୍କ ପ୍ରେମିକ ଅର୍ଜୁନ କପୁରଙ୍କ ସହ ତାଙ୍କର ପ୍ରସିଦ୍ଧ ଆଇଟମ ଗୀତରେ ନାଚୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ ଉଭୟଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି ।

 

View this post on Instagram

 

A post shared by HT City (@htcity)

ସୂଚନା ଥାଉକି, କିଛି ଦିନ ତଳେ ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ମଲାଇକା ଇନଷ୍ଟାରେ ଅର୍ଜୁନଙ୍କ ଭଉଣୀ ଜାହ୍ନବୀ କପୁର୍‌, ଖୁସି କପୁର, ଅଂଶୁଳା କପୁର ଓ ତାଙ୍କ ବାପା ବୋନି କପୁରଙ୍କୁ ଅନଫଲୋ କରିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ଅର୍ଜୁନ ମଲାଇକାଙ୍କୁ ଛାଡ଼ି ଅଭିନେତ୍ରୀ ତଥା ଫ୍ୟାସନ ଡିଜାଇନର୍‌ କୁଶା କପିଲାଙ୍କୁ ଡେଟ୍ କରୁଛନ୍ତି। ହେଲେ ଏଭଳି ଚର୍ଚ୍ଚା ମଧ୍ୟରେ ଦୁହେଁ ଲଞ୍ଚ ଓ ଡିନର ଡେଟରେ ସାଙ୍ଗରେ ନଜର ଆସିବାରୁ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଏବେ ମଲାଇକା ଏକାକୀ ଜନ୍ମଦିନ ପାଳନ କରିଥିବାରୁ ବ୍ରେକଅପ ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଛି। କାରଣ ଗତକାଲି ମଲାଇକା ତାଙ୍କ ପ୍ରଶଂସକଙ୍କ ସହ ନିଜ ଜନ୍ମଦିନ ପାଳନର କିଛି ଫଟୋ ସେୟାର କରିଛନ୍ତି । ସେ ସେୟାର କରିିଥିବା କୌଣସି ଫଟୋରେ ବୟଫ୍ରେଣ୍ଡ ତଥା ଅଭିନେତା ଅର୍ଜୁନ କପୁର ନଜର ଆସିନାହାନ୍ତି। ଅଭିନେତ୍ରୀ ମଲାଇକା ଏକାକୀ ନିଜର ଜନ୍ମଦିନ ପାଳନ କରିଛନ୍ତି । ତେଣୁ ମଲାଇକା ଏଥର ଅର୍ଜୁନଙ୍କ ବିନା ଜନ୍ମଦିନ ପାଳନ କରିଥିବା କୁହାଯାଉଛି ।

 

Get real time updates directly on you device, subscribe now.