fbpx
BJD SKY
BJD SKY

୬ ବର୍ଷର ବାଳକ ସହିତ ଅମାନବୀୟ କାଣ୍ଡ, ଜନ୍ମଦିନରେ ଜୋର ଜବରଦସ୍ତି ବାନ୍ତି ଖୁଆଇଲେ ଶିକ୍ଷକ

BJD

ନୂଆଦିଲ୍ଲୀ : ଚୀନରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନର୍ସରୀ ସ୍କୁଲର ଶିକ୍ଷକ ୬ ବର୍ଷର ଜଣେ ଛାତ୍ରକୁ ତାହାର ଜନ୍ମଦିନରେ ତାକୁ ତାହାର ବାନ୍ତି ଖାଇବାକୁ ଦେଇଥିଲେ । ଛାତ୍ର ଜଣଙ୍କ ଦ୍ୱିପହର ଭୋଜନ ଶେଷ କରିବା ପରେ ଶିକ୍ଷକ ତାକୁ ଆହୁରୀ ଖାଇବାକୁ ଦେଇଥିଲେ ଯାହା ଫଳରେ ସେ ଅଧିକ ଖାଇବା ପରେ ତାଙ୍କର ବାନ୍ତି ହୋଇଥିଲା । ଏହି ମାମଲା ପୋଲିସ ଜାଣିବା ପରେ ଆରୋପୀ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ଏହି ଘଟଣା ୧୫ ସେପ୍ଟେମ୍ବରରେ ଘଟିଥିଲା । ଉତ୍ତର ପୂର୍ବ ଚିନରେ ମାଲୁବାନରେ ଥିବା କିଣ୍ଡର ଗାର୍ଡେନରେ ଏହି ଘଟଣା ଘଟିଥିଲା ।

ଛାତ୍ରର ମାତା ପିତା ଶିକ୍ଷକ ଉପରେ ଦୁବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ତାଙ୍କ କହିବା ଅନୁସାରେ ତାଙ୍କ ପିଲା ଅଧିକ କଖାରୁ ଖାଇଥିବାରୁ ତାଙ୍କର ଏପରି ଅବସ୍ଥା ହୋଇଛି । ସେ ଏହା ମଧ୍ୟ କହିଛନ୍ତି ଘରୁ ଭଲ ପୋଷାକ ପିନ୍ଧି ତାଙ୍କ ପିଲା ଘରୁ ଯାଇଥିବା ବେଳେ ମଇଳା ପୋଷାକ ପିନ୍ଧି ସେ ଆସିଛି । ତେବେ ଛାତ୍ର ଜଣକ କହିବା ଅନୁସାରେ ଲଞ୍ଚ ପରେ ତାଙ୍କୁ ଶିକ୍ଷକୁ ଅଧିକ ଖାଇବାକୁ କହିଥିଲେ । ଏହି ଘଟଣା ଜଣା ପଡିବା ପରେ ଛାତ୍ରଙ୍କ ମାତା ପିତା ସିସିଟିଭି ଫୁଟେଜ ଦେଖିବାକୁ ଅନୁରୋଧ କରିଥିଲେ । ଯେତେବେଳେ ପଯ୍ୟନ୍ତ ଘଟଣା ପୋଲିସ ପାଖରେ ରେଜିଷ୍ଟର ହୋଇ ନଥିଲା ସେତେବେଳେ ସ୍କୁଲ ତାଙ୍କ ମାତା ପିତାଙ୍କୁ ଅନୁମତି ଦେଇ ନଥିଲା ସିସିଟିଭିଫୁଟେଜ ଦେଖିବାକୁ । ତେବେ ଚୀନରେ ଏହି ଝଘଟଣା ସାଧାରଣ । ଏହା ପୂର୍ବରୁ ଅନେକ ଥର ଏଭଳି ଘଟଣା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.