fbpx

ଉଡନ୍ତା ବିମାନରେ ବିଗିଡିଲା ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା: SAFE LANDING କରାଇଲେ ଯାତ୍ରୀ

Advertisement

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାମ ବିଚ ଇଣ୍ଟରନେସନାଲ ଏୟାରପୋର୍ଟରେ ଏକ ବିମାନର ସଫଳ ଅବତରଣକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଉଡନ୍ତା ବିମାନରେ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ଜଣେ ଯାତ୍ରୀ ଏହି ବିମାନକୁ ଲ୍ୟାଣ୍ଡ କରାଇଥିଲେ । ଯାହା ଏବେ ସବୁଆଡେ ଆଲୋଚନାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ବିମାନର ଉଡାଣ ସମୟରେ ପାଇଲଟ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଫଳରେ ବିମାନ କିପରି ଲ୍ୟାଣ୍ଡ ହେବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ପାଇଲଟଙ୍କ ମେଡିକାଲ ଇମରଜେନ୍ସି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବିମାନ ଲକ୍ଷ୍ୟସ୍ଥଳରୁ ୧୧୨ କିଲୋମିଟର ଦୂରରେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ ପାଇଲଟ । ଏହାପରେ ଏହି ପାସେଞ୍ଜର ଜଣକ ସାହସ ଦେଖାଇ ବିମାନ ଲ୍ୟାଣ୍ଡ କରାଇବାକୁ କହିଥିଲେ । ଟ୍ରାଫିକ କଣ୍ଟ୍ରୋଲର ଡିସ୍ପାଚର ପାସେଞ୍ଜରଙ୍କୁ ପ୍ଲେନ ଚଳାଇବାର କୌଶଳ ଶିଖାଇ ଥିଲେ । ତେବେ ଶେଷରେ ଟ୍ରାଫିକ କଣ୍ଟ୍ରୋଲ ନିର୍ଦ୍ଦେଶ ଅନୁସାରେ ପାସେଞ୍ଜର ବିମାନର ସଫଳ ଅବତରଣ କରାଇଛନ୍ତି ।

ଲ୍ୟାଣ୍ଡିଂ ପରେ ଜଣେ ପାସେଞ୍ଜରଙ୍କ ଦ୍ୱାରା ବିମାନ ଅବତରଣ କରାଯାଇଛି ବୋଲି ରେଡିଓରେ ଘୋଷଣା କରାଯାଇଛି । ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜଣେ ଅନଭିଜ୍ଞ ଏବଂ ଅଜ୍ଞାତ ବ୍ୟକ୍ତି ସେସନା କାରୱାନ ବିମାନକୁ ସଫଳ ଅବତରଣ ଭଳି ଘଟଣା ଏହା ପ୍ରଥମ ବୋଲି କହିଛନ୍ତି ଏବିଏସନ ଏକ୍ସପର୍ଟ । ତେବେ ଏହି ଘଟଣାର ଯାଞ୍ଚ ଏବେ ଜାରି ରହିଛି ।

Get real time updates directly on you device, subscribe now.