fbpx

ଆଜିଠାରୁ ଭୁବନେଶ୍ୱର-ଜୟପୁରକୁ ଦ୍ୱିତୀୟ ବିମାନ ଚଳାଚଳ ଆରମ୍ଭ

Advertisement

ଓଡିଶା ଭାସ୍କର; ଆଜିଠାରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ଗତ ବର୍ଷ ଭୁବନେଶ୍ୱର-ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ କୋରାପୁଟବାସୀ ବେଶ ଉତ୍ସାହିତ ରହିଛନ୍ତି ।

ସୂଚନା ମୁତାବକ, ଏହି ବିମାନଟି ଭୁବନେଶ୍ୱର ବିମାନବନ୍ଦରରୁ ସକାଳ ୭ଟା ୧୦ରେ ଉଡାଣ ଭରି ଜୟପୁର ବିମାନବନ୍ଦରରେ ସକାଳ ୮ଟା ୪୫ରେ ଅବତରଣ କରିବ । ପ୍ରତି ସପ୍ତାହକୁ ସୋମବାର ଓ ଶୁକ୍ରବାର ସେବା ଯୋଗାଇବ ଇଣ୍ଡିଆ ଓ୍ବାନ୍ । ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ୧୦ଟା ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏହି ବିମାନରେ ୯ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ବ୍ୟବସ୍ଥା ରହିଛି । ତେବେ ଏହି ବିମାନ ସେବା ରାଜ୍ୟର ପର୍ୟ୍ୟଟନ କ୍ଷେତ୍ରରେ ବିକାଶ କରିବା ସହ ଲୋକଙ୍କ ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.