fbpx

ଘର ଭିତରେ ପୋଡ଼ିହୋଇ ଦମ୍ପତ୍ତି ଗୁରୁତର: ଅନୁସନ୍ଧାନ ଜାରି

Advertisement

ଓଡ଼ିଶା ଭାସ୍କର: ଘର ଭିତରେ ପୋଡ଼ିହୋଇ ଦମ୍ପତ୍ତି ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ । ତେବେ ଉଭୟଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ଦମ୍ପତ୍ତି ଦୁହେଁ ବଣାଇ କଲେଜ ପଛପଟେ ଏକ ଭଡ଼ା ଘରେ ରହୁଥିଲେ । ଉଭୟ ଘରେ ଥିବା ସମୟରେ ହଠାତ ନିଆଁ ଲାଗି ଯାଇଥିଲା । ତେବେ ଅଗ୍ନିକାଣ୍ଡରେ ଉଭୟଙ୍କ ପୋଡ଼ି ହୋଇଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର କରାଥିବା ସୂଚନା ମିଳିଛି । ତେବେ ଘର ଭିତରେ ଏପରି ଅଚାନକ ଅଗ୍ନିକାଣ୍ଡର କାରଣ ଏଯାଏ ସ୍ପଷ୍ଟ ହୋଇ ପାରି ନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.