fbpx
BSKY SKY
BSKY SKY

ହାଡକୁ ସୁସ୍ଥ ରଖିବା ସହ କର୍କଟ ରୋଗରୁ ରକ୍ଷା କରେ ଅଙ୍ଗୁର

BSKY

ଅଙ୍ଗୁର ରସରେ ଭରି ରହିଛି ଅନେକ ସ୍ୱାସ୍ଥ୍ୟକର ତତ୍ତ୍ୱ । ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ । ଅଙ୍ଗୁର କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ । ଲୋକମାନେ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାନ୍ତି । ଅଙ୍ଗୁର ରସରେ ଭିଟାମିନ୍-ସି, ଭିଟାମିନ୍-କେ, ଫାଇବର, ଖଣିଜ ପଦାର୍ଥ, କ୍ୟାଲୋରୀ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ । ସେଥିପାଇଁ ଅଙ୍ଗୁରକୁ ସ୍ୱାସ୍ଥ୍ୟର ଭଣ୍ଡାର ବୋଲି କୁହାଯାଏ । ଆସନ୍ତୁ ଜାଣିବା ଅଙ୍ଗୁର ଖାଇଲେ ଶରୀରକୁ କ’ଣ ସବୁ ଉପକାରିତା ମିଳିଥାଏ ।

– ହୃଦୟ ରୋଗକୁ ରୋକିଥାଏ: ଏବେ ହୃଦୟ ସମ୍ବନ୍ଧୀୟ ରୋଗ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ, ହୃଦୟ ରୋଗକୁ ରୋକିବା ପାଇଁ ଅଙ୍ଗୁର ଖାଇବା ଲାଭଦାୟକ ହୋଇଥାଏ । ଅଙ୍ଗୁରରେ ଥିବା ଉପାଦାନ ରକ୍ତନଳୀର କାର୍ଯ୍ୟକୁ ସୁସ୍ଥ ରଖିଥାଏ ।

– କର୍କଟ ରୋଗରୁ ରକ୍ଷା କରେ: ଅଙ୍ଗୁରରେ ବିଭିନ୍ନ ଉପାଦାନ ରହିଛି, ଯେପରିକି ରେସଭେରାଟ୍ରୋଲ ଏବଂ କ୍ୱାରସେଟିନ, ଯେଉଁଥିରେ କର୍କଟ ନିରୋଧୀ ଗୁଣ ଥିବାରୁ ଏହା ଟ୍ୟୁମରର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ । ସେହିଭଳି ଅଙ୍ଗୁରରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ରୋଗକୁ ପ୍ରତିରୋଧ କରିଥାଏ ।

– ହଜମ କରିବାରେ ସହାୟକ: ଅଙ୍ଗୁରରେ ଫାଇବର ରହିଛି, ଯାହା ହଜମ କ୍ରିୟାରେ ସହାୟକ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

– ଆଖିକୁ ସୁସ୍ଥ ରଖେ: ଅଙ୍ଗୁର ଖାଇବା ଦ୍ୱାରା ଆଖି ସୁସ୍ଥ ରହିଥାଏ । ଅଙ୍ଗୁରରେ ମିଳୁଥିବା ଦୁଇଟି ପିଗମେଣ୍ଟ୍ ଲ୍ୟୁଟିନ୍ ଓ ଜାକ୍ସାନ୍ଥିନ୍ ଆଖିକୁ ସୁରକ୍ଷା ଦେଇଥାଏ । ସେହିଭଳି ଅନ୍ୟାନ୍ୟ ଚକ୍ଷୁ ରୋଗରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ । ଏହାଛଡ଼ା ମୋତିଆବିନ୍ଦୁ ଓ ମାକୁଲାର ଡିଜେନେରେସନ ଭଳି ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ ।

– ରୋଗ ପ୍ରତିରୋଧକ ଶକ୍ତି: ଅଙ୍ଗୁର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଅଙ୍ଗୁରରେ ଭିଟାମିନ୍-ସି ଏବଂ ଭିଟାମିନ୍-କେ ଭରପୂର ମାତ୍ରାରେ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ ।

– ହାଡ଼ ସ୍ୱାସ୍ଥ୍ୟ: ଅଙ୍ଗୁରରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ରହିଛି, ଯାହା ହାଡକୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ ଏବଂ ଏହା ଅଷ୍ଟିଓପୋରୋସିସର ଆଶଙ୍କାକୁ କମ୍ କରିବାରେ ସହାୟକ ହୋଇଥାଏ । ଏହା ହାଡକୁ ମଜଭୁତ କରିବାରେ ମଧ୍ୟ ସହାୟକ ହୋଇଥାଏ ।

Get real time updates directly on you device, subscribe now.