fbpx

ଭୁବନେଶ୍ୱରରେ ପୁଣି ସାଇବର ଠକେଇ: ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାଇବର ଠକେଇ । ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ଯୁବକଙ୍କୁ ପଡ଼ିଛି ମହଙ୍ଗା । ଯୁବକଙ୍କୁ ଫସାଇ ୧ ଲକ୍ଷ ୩୫ ହଜାର ଲୁଟି ନେଇଛନ୍ତି ସାଇବର ଠକ । ସାଇବର ଠକାମିର ଶିକାର ହୋଇ ଯୁବକ ଥାନାରେ ଅଭିଯୋଗ କରିବାପରେ ଏବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗର ଅଞ୍ଚଳର । ତେବେ ଜୋମାଟୋରୁ ଖାଦ୍ୟ ମଗାଇବା ପାଇଁ ସେ ଗୁଗଲରେ ନମ୍ବର ଖୋଜିଥିଲେ । ଗୁଗଲରେ ତାଙ୍କୁ ଏକ ନମ୍ବର ମିଳିଥିଲା । ସେ ଉକ୍ତ ନମ୍ବରରେ ଫୋନ କରି ଖାଦ୍ୟ ଅର୍ଡ଼ର କରିବାପରେ ତାଙ୍କ ମୋବାଇଲକୁ ଏକ ରେଫରେନ୍ସ ନମ୍ବର ଆସିଥିଲା । କିଛି ସମୟ ପରେ ତାଙ୍କ ନମ୍ବରକୁ ପୁଣି ଥରେ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଜଣକ ତାଙ୍କୁ ଅର୍ଡ଼ର ବିଷୟରେ ପଚାରି ତାଙ୍କୁ ମୋବାଇଲରେ ଏନି ଡେସ୍କ ଆପ୍ ଡାଉନଲୋଡ଼ କରିବାକୁ କହିଥିଲେ । ଏହା ପରେ ଯୁବକଙ୍କୁ ଫୋନ ପେ ଜରିଆରେ ୫ ଟଙ୍କା ପଠାଇବାକୁ କହିଥିଲେ । ତେବେ ଯୁବକ ୫ ଟଙ୍କା ପଠାଇବାର କିଛି ସମୟ ମଧ୍ୟରେ ହିଁ ତାଙ୍କ ଆକାଉଣଣ୍ଟରୁ ୧ ଲକ୍ଷ ୩୫ ହଜାର ଟଙ୍କା କଟି ଚାଲି ଯାଇଥିଲା ।

ଏହା ପରେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଜାଣିପାରି ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ହେବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ପରି ଅନେକ ବର୍ଗ ଏବଂ ବୟସର ଲୋକେ ସାଇବର ଠକାମିର ଶିକା । କହିରଖୁ କିଛି ଦିନ ତଳେ ମୋନାଲିସା ନାମ୍ନୀ ଜଣେ ଯୁବତୀ ନିଜ ଅସୁସ୍ଥ ପୋଷା କୁକୁରର ଚିକିତ୍ସା କରାଇବା ପାଇଁ ଗୁଗଲରୁ ନମ୍ବର ଖୋଜି ଏଭଳି ସାଇବର ଠକାମିର ଶିକାର ହୋଇଥିଲେ ।

Get real time updates directly on you device, subscribe now.