fbpx

+୩ ରେ ସାମିଲ ହେବ ନୂଆ ପାଠ୍ୟକ୍ରମ ‘ଫ୍ୟୁଚର ସ୍କିଲ୍‍ ପ୍ରାଇମ୍‍’

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ତିନିପାଇଁ ‘ଫ୍ୟୁଚର ସ୍କିଲ୍‍ ପ୍ରାଇମ୍‍’ ନୂଆ ପାଠ୍ୟକ୍ରମ ସାମିଲ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଓ ନାସ୍‍କମ୍‍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରଥମେ ପାଇଲଟ୍‍ କାର୍ଯ୍ୟକ୍ରମ ଭାବେ ୬୧ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ଯୁକ୍ତ ତିନି ପଢ଼ାଯାଉଥିବା ୮ଟି ବିଶ୍ୱବିଦ୍ୟାଳୟରେ ଏହାକୁ ସାମିଲ୍‍ କରାଯିବ ।

ଚୁକ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଏଥିରେ ନାମ ପଞ୍ଜୀକରଣ କରିବାପାଇଁ ନାସ୍‍କମ୍‍ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁବିଧା ଯୋଗାଇ ଦେବ । ଏହି ପାଠ୍ୟକ୍ରମ ଅନ୍‍ଲାଇନ୍‍ ମାଧ୍ୟମରେ ପଢ଼ାଯିବ । ଆଇ.ଟି. କ୍ଷେତ୍ରରେ କାମ କରିବାପାଇଁ ଏହି ଓ ସାର୍ଟିଫିକେଟ୍‍ ବେଶ୍‍ ଉପଯୋଗୀ ହୋଇପାରିବ । ଶିଳ୍ପକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାସ୍‍କମ୍‍ ଏଭଳି ପାଠ୍ୟକ୍ରମ ଆରମ୍ଭ କରିଛି ।

Get real time updates directly on you device, subscribe now.