ଭୟଙ୍କର ଦୃଶ୍ୟ, ଯୁବକଙ୍କୁ ଜୀଅନ୍ତା ଚୋବାଇ ଚୋବାଇ ଗିଳି ଦେଲା ସାର୍କ, ଭିଡ଼ିଓ ଭାଇରାଲ
ପାଣି ଭିତରେ ସାର୍କ ସହ ଯୁବକଙ୍କ ଲଢ଼େଇ। ବ୍ୟକ୍ତିଙ୍କୁ ଗୋଟା ଗିଳିଦେଲା ସାର୍କ।
ଓଡ଼ିଶାଭାସ୍କର: ଭୟଙ୍କର ଦୃଶ୍ୟ। ଯୁବକଙ୍କୁ ପାଣି ଭିତରେ ଗଡ଼େଇ ପଡ଼େଇ ଚୋବାଇ ଚୋବାଇ ଜୀବନ୍ତ ଗିଳିଦେଲା ସାର୍କ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଛାଇ ଯାଇଛି।
ବ୍ୟକ୍ତି ଜଣକ ସାର୍କ ପାଖରୁ ବଞ୍ଚିବା ପାଇଁ ବହୁତ ଚେଷ୍ଟା କରିଛନ୍ତି। ପହଁରି ପହଁରି ନିଜ ଜୀବନ ବଞ୍ଚାଇବାକୁ ଅନେକ ସଂଘର୍ଷ କରିଛନ୍ତି। ହେଲେ ଦୁର୍ଭାଗ୍ୟବଶତଃ ସାର୍କ ପାଖରୁ ବଞ୍ଚିପାରିନାହାନ୍ତି। ଆଉ ସାର୍କ ଯୁବକଙ୍କୁ ଗୋଟା ଗିଳି ଦେଇଛି।
ଯୁବକଙ୍କୁ ଗିଳି ଦେଲା ସାର୍କ: ତେବେ ଯାହା ଜଣାପଡିଛି ଘଟଣାଟି ଏବେକାର ନୁହେଁ। ହେଲେ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଉଛି ଯେ ଏକ ସାର୍କ ସମୁଦ୍ରରେ ପହଁରୁଥିବା ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଉଛି। ବ୍ୟକ୍ତି ଜଣକ ସାର୍କଠାରୁ ରକ୍ଷା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ସେ ଦ୍ରୁତ ଗତିରେ ପହଁରୁଥିବାର ଦେଖାଯାଉଛି, କିନ୍ତୁ ସେ ସାର୍କ ଆଗରେ ଅସହାୟ ହୋଇପଡିଛନ୍ତି। ଶେଷରେ ମାଛଟି ସେହି ବ୍ୟକ୍ତିକୁ ନିଜର ଶିକାର କରିଛି।
In Egypt you have to watch out for sharks. pic.twitter.com/GOH8MHH04T
— RadioGenoa (@RadioGenoa) July 19, 2025
ଭିଡିଓ ସୋସିଆଲ ମିଡିଆରେ ଭାଇରାଲ: ଏହି ଭିଡିଓଟି @RadioGenoa ନାମକ ଏକ ଆକାଉଣ୍ଟରୁ ସୋସିଆଲ ସାଇଟ୍ X ରେ ସେୟାର କରାଯାଇଛି।
ଏହି ଭିଡ଼ିଓ ପୋଷ୍ଟ ହେବାର କିଛି ସମୟ ଭିତରେ ପାଖାପାଖି ୭୮ ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି ଏବଂ ୨୭ ହଜାର ଲୋକ ଏହାକୁ ଲାଇକ୍ କରିଛନ୍ତି।
ଭିଡିଓର କ୍ୟାପସନରେ କୁହାଯାଇଛି ଯେ ଏହି ଘଟଣାଟି ମିଶରର ହୁରଘାଡା ଉପକୂଳର। ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ଏକ ସାର୍କ ଏତେ ନିର୍ମମ ଭାବରେ ଆକ୍ରମଣ କରିଥିଲା ଯେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ସତ୍ତ୍ୱେ ସେ ମୃତ୍ୟୁବରଣ କରିଥିଲେ।