fbpx

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌରଝଡ଼: ଆଜି ହେବ ଧକ୍କା? ଆଲର୍ଟ ଜାରି କଲା NASA

Advertisement

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଗତିବିଧି ହୋଇଥାଏ । ତେବେ ଏହି ଗତିବିଧି ତଥା ମହାକାଶରେ ହେଉଥିବା ଏହି ପରିବର୍ତ୍ତନ ପୃଥିବୀ ଉପରେ ଅନେକ ସମୟରେ ପ୍ରଭାବ ପକାଇଥାଏ । ଏଭଳି ଘଟଣା ମଧ୍ୟରେ ଗୋଯିଏ ହେଉଛି ସୌରଝଡ଼ । ସୂର୍ଯ୍ୟରୁ ବାହାରିଥିବା ଏହି ଗରମ ପ୍ଲଜମା ବର୍ତ୍ତମାନ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି । ତେବେ ଆଜି (ନଭେମ୍ବର ୨୬ ତାରିଖ) ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ଆମେରିକା ସ୍ପେସ ଏଜେନ୍ସି ନାସା ଏ ନେଇ ଚେତାବନୀ ଜାରି କରିଛି ।

ରିପୋର୍ଟ ଅନୁସାରେ, ସୂର୍ଯ୍ୟାଲୋକରେ ଗତିବିଧି ବଢୁଥିବା ଲକ୍ଷ୍ୟ କରାଯାଇଛି । ଏଠାରେ କିଛି ସନସ୍ପଟ ଦେଖାଯାଇଛି, ଯାହା ଅନ୍ତରୀକ୍ଷରେ ଗରମ ପ୍ଲାଜମା ଛାଡ଼ିଥାଏ । ତେବେ ସୂର୍ଯ୍ୟରେ ସୃଷ୍ଟି ହେଉଥିବା କଳା ଚିହ୍ନକୁ ସନସ୍ପଟ କୁହାଯାଏ । ଏହି ଅଞ୍ଚଳରେ ଚୂମ୍ବକୀୟ କ୍ଷେତ୍ର ଖୁବ ମଜବୁତ ରହିଥାଏ । ଏଥିରୁ କରୋନୋଲ ମାସ୍ ଇଜେକ୍ସନ(CME) ଉତ୍ପନ୍ନ ହୋଇଥାଏ । ଏହା ସୂର୍ଯ୍ୟଙ୍କ ପାଖରୁ ବହୁ ପରିମାଣରେ ନିର୍ଗତ ହେଉଥିବା ପ୍ଲାଜମାର ଏକ ବିଶାଳ ବାଦଲ ଭଳି ହୋଇଥାଏ ।

ନାସା ଦେଇଥିବା ରିପୋର୍ଟ ଅନୁସାରେ, ଏସବୁ ମଧ୍ୟରୁ ଏକ CME ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି । ଯାହା ଆଜି ଦିନରେ ହିଁ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । କୌଣସି CME ପୃଥିବୀ ସହ ଧକ୍କା ହେଲେ ଏହା ଚୁମ୍ବକୀୟ ଝଡ଼ର ଏକ କାରଣ ହୋଇପାରେ । ବ୍ରିଟେନର ଏବରିଷ୍ଟୱିଥ ବିଶ୍ୱବିଦ୍ୟାଳୟରେ ସୌର ଭୌତିକ ସମୂହର ପ୍ରମୁଖ ହ୍ୟୁ ମାର୍ଗନ କହିଛନ୍ତି ଯେ, ଯେବେ ସୂର୍ଯ୍ୟରୁ ଏକ ବଡ଼ ପ୍ଲାଜମା ଝଡ଼ ହୁଏ ଏବଂ ଏହି ଝଡ଼ ଏକ ଚୁମ୍ବକୀୟ କ୍ଷେତ୍ର ଭାବରେ ଆସେ ତାହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ବିପରୀତ ଦିଗରେ ଉନ୍ମୁଖ ହୋଇଥାଏ । ଏହାଦ୍ୱାରା ଆମ ନିକଟରେ ଏକ ‘ସମ୍ପୂର୍ଣ୍ଣ ଝଡ଼’ ଏବଂ ଏକ ବଡ଼ ଚୁମ୍ବକୀୟ ଝଡ଼ ସୃଷ୍ଟି ହୋଇଥାଏ ।

ଆଉ ଏକ ରିପୋର୍ଟ ଅନୁସାରେ, ନଭେମ୍ବର ୨୫ କିମ୍ବା ୨୬ ତାରିଖ ମଧ୍ୟରେ ସୂଯ୍ୟର ଗରମ ପ୍ଲାଜମା ପୃଥିବୀକୁ ଆସିପାରେ । ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଆସିବା ପରେ ଏହି ପ୍ଲାଜମା ସୌରଝଡ଼ ବା ଚୁମ୍ବକୀୟ ଝଡ଼ର ରୂପ ନେଇଥାଏ । NOAA ଅନୁଯାୟୀ, ଜିଓମ୍ୟାଗ୍ନେଟିକ୍ ଝଡ଼ର ତୀବ୍ରତା ବିଭିନ୍ନ ସ୍ତରରେ ମାପ କରାଯାଏ । ତେବେ ଆଜି ଏହା ପୃଥିବୀ ସହ ଧକ୍କା ହେଲେ ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ ।

Get real time updates directly on you device, subscribe now.