fbpx

କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରସ୍ତୁତ ପୋଲିସ ବିଭାଗ: ୫୦ ପ୍ଲାଟୁନ ଫୋର୍ସ ମୁତୟନ

ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ତେବେ ଏହି ଭିଡ଼କୁ ନିୟମନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ପୂର୍ଣ୍ଣମୀ ଦିନ ଶ୍ରୀମନ୍ଦିରରେ ପୋଲିସର କଡ଼ା ଛାଉଣୀ ରହିବ । ଏହି ଦିନ ସୁରକ୍ଷା ଦାୟିତ୍ୱରେ ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।

ଏସପି କହିଛନ୍ତି ଯେ, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୀମନ୍ଦିର ଏବଂ ବାହାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମୋଟ ୫୦ ପ୍ଲାଟୁନ ପୋଲିସ ପୋର୍ସ ମୁତୟନ କରାଯିବ । ତେବେ ବାହାର କାଠରେ ଶୃଙ୍ଖଳିତ ଦର୍ଶନ ପାଇଁ ଏହି ପୋଲିସ ମୁତୟନ ହେବେ । ମାର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ତେବେ ଭୁବନେଶ୍ୱର, କୋଣାର୍କ ଏବଂ ବ୍ରହ୍ମଗିରି ରାସ୍ତାରେ ଟ୍ରାଫିକ ନିୟମନ୍ତ୍ରଣ ବ୍ୟବସ୍ଥା ହୋଇଛି । ଏହାବ୍ୟତୀତ ପୁରୀ ସମୁଦ୍ର ବେଳାଭୂମିରେ ମଧ୍ୟ ପୋଲିସ ଛାଉଣୀ ରହିବ ବୋଲି କହିଛନ୍ତି ଏସପି । ବେଳାଭୂମିରେ ପୋଲିସ ସହିତ ଅଦିକ ଲାଇଫଗାର୍ଡ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ହେବେ । ତେବେ କୌଣସି ଅଘଟଣ କିମ୍ବା ଦୁର୍ଘଟଣା ହେଲେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏହି ବ୍ୟବସ୍ଥା କରିଛି ପୋଲିସ ବିଭାଗ ।

Get real time updates directly on you device, subscribe now.