fbpx

ଓଡ଼ିଶା କୋଲ ଆଣ୍ଡ ପାୱର ଲିମିଟେଡ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଆସନ୍ତା ୨୯ ପୂର୍ବରୁ ଆବେଦନ କରନ୍ତୁ

ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ କିଛି ପଦରେ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ଖୁସି ଖବର । ପୁଣି କିଛି ପଦରେ ଭର୍ତ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶା କୋଲ ଆଣ୍ଡ ପାୱାର ଲିମିଟେଡ (ଓସିପିଏଲ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଓଡ଼ିଶା ଭିତରେ ରହି ଚାକିରି କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ସିନିୟର ମ୍ୟାନେଜର / ମ୍ୟାନେଜର (ଫାଇନାନ୍ସ), ଡେପୁଟି ମ୍ୟାନେଜର (ଆଡମିନ), ଡେପୁଟି ମ୍ୟାନେଜର (ମେକାନିକାଲ), ମେଡିକାଲ ଅଫିସର, ନର୍ସ- ପୁରୁଷ, ନର୍ସ- ମହିଳା, ଲ୍ୟାବ୍ ଟେକ୍ନିସିଆନ ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ । ପ୍ରତ୍ୟେକ ପଦ ପାଇଁ ପ୍ରାର୍ଥୀଙ୍କର କିଛି ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ । ଚଳିତ ବର୍ଷ ନଭେମ୍ବର ମାସ ୮ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୪୫ ବର୍ଷ ହୋଇଥିବା ଆବଶ୍ୟକ ।

ସିନିୟର ମ୍ୟାନେଜର / ମ୍ୟାନେଜର (ଫାଇନାନ୍ସ) ପଦ ପାଇଁ ପ୍ରାର୍ଥୀ ଆଇସିଏଆଇ / ଆଇସିଡବ୍ଲୁଏଆଇର ଆସୋସିଏଟ / ଫେଲୋ ସଦସ୍ୟ ହୋଇଥିବେ । ଡେପୁଟି ମ୍ୟାନେଜର (ଆଡମିନିଷ୍ଟ୍ରେସନ) ପଦ ପାଇଁ ପ୍ରାର୍ଥୀ ଆଇଆରଆଣ୍ଡପିଏମ / ପିଏମଆଣ୍ଡଆଇଆର / ଏଚଆରଏମ, ଏମବିଏରେ ୨ ବର୍ଷର ଫୁଲଟାଇମ୍ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ / ୪ ବର୍ଷିଆ ବି.ଟେକ ଡିଗ୍ରୀ କରିଥିବେ । ଡେପୁଟି ମ୍ୟାନେଜର (ମେକାନିକାଲ) ପଦ ପାଇଁ ପ୍ରାର୍ଥୀ ଇଞ୍ଜିନିୟରିଂରେ ବ୍ୟାଚେଲର ଡିଗ୍ରୀ ଓ ମେଡିକାଳ ଅଫିସର ପଦ ପାଇଁ ୪.୫ ବର୍ଷର ଫୁଲଟାଇମ୍ ଏମବିବିଏସ୍ କରିଥିବେ । ନର୍ସିଂ ଷ୍ଟାଫ ପାଇଁ ପ୍ରାର୍ଥୀ ବି.ଏସସି (ନର୍ସିଂ ) କରିଥିବା ଆବଶ୍ୟକ । ଲ୍ୟାବ ଟେକ୍ନିସିଆନ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ବିଜ୍ଞାନ ପାସ୍ କରିବା ସହିତ ମେଡିକାଲ ଲାବୋରେଟୋରୀରେ ଡିପ୍ଲୋମା କରିଥିବେ ।

ନୋଟିଫିକେସନ୍ ଲିଙ୍କ: https://www.ocpl.org.in/Detailed_Advertisement_OCPL_HR_2023_02.pdf

Get real time updates directly on you device, subscribe now.