fbpx
BJD SKY
BJD SKY

ଜାତିସଂଘରେ ଏହି ନିର୍ବାଚନରେ ପାକିସ୍ତାନକୁ ମିଳିଲା ବଡ ବିଜୟ, ଭାରତକୁ ହରାଇ ହାସଲ କଲା ଏହି ପଦ

BJD

ନୂଆଦିଲ୍ଲୀ:ଜାତିସଂଘରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରାୟ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯୁକ୍ତି ତର୍କ ହୋଇଥାଏ । ଗୋଟିଏ ପଟେ ପାକିସ୍ତାନ କାଶ୍ମୀର ମାମଲାକୁ ନେଇ ବିଶ୍ୱର କିଛି ଦେଶର ସମର୍ଥନ ପଶିବା ଲାଗି ମିଛ କହିବାରେ ଲାଗିଛି । ଅନ୍ୟପଟେ ଭାରତ ଆତଙ୍କବାଦ ପ୍ରସଙ୍ଗରେ ବିଶ୍ୱ ସାମ୍ନାରେ ପାକିସ୍ତାନର ମୁଖା ଖୋଲିଦେବାକୁ ଚାହୁଁଛି । ଭାରତ ଜାତିସଂଘରେ ନିଜ କୂଟନୀତି ଜରିଆରେ ପାକିସ୍ତାନକୁ ପ୍ରତିହତ କରିଥାଏ । କିନ୍ତୁ ଶୁକ୍ରବାର ହୋଇଥିବା ଏକ ନିର୍ବାଚନରେ ପାକିସ୍ତାନ ବାଜିମାତ୍ କରିଛି ।

ୟୁନେସ୍କୋର କାର୍ଯ୍ୟକାରୀ ବୋର୍ଡ ଉପାଧ୍ୟକ୍ଷ ପଦ ଲାଗି ହୋଇଥିବା ନିର୍ବାଚନରେ ପାକିସ୍ତାନ ଭାରତ ବିରୁଦ୍ଧରେ ବଡ ବିଜୟ ହାସଲ କରିଛି । ଏଠାରେ ସୂଚାଇ ଦିଆଯାଇପାରେ କି ୟୁନେସ୍କୋ ଜାତିସଂଘର ଶିକ୍ଷା, କଳା, ସଂସ୍କୃତି ଓ ଐତିହ୍ୟ ମାମଲା ସହ ଜଡିତ ସଂଗଠନ । ଏହି ସଂଗଠନ ବିଶ୍ୱ ଶାନ୍ତି ପାଇଁ ମଧ୍ୟ କାମ କରିଥାଏ । ତେବେ ଏହା ହେଉଛି ସବୁଠାରୁ ବିଡମ୍ବନାର ବିଷୟ କି ୟୁନେସ୍କୋ ତାଲିକାରେ ସାମିଲ ଶାରଦା ପୀଠ ମନ୍ଦିରକୁ ଭାଙ୍ଗି ଦେଇଥିବା ପାକିସ୍ତାନକୁ ଏହି ବୈଶ୍ୱିକ ସଂସ୍ଥାର ଉପାଧ୍ୟକ୍ଷ କରାଯାଇଛି ।

ଶୁକ୍ରବାର ଜାତିସଂଘରେ ହୋଇଥିବା ଭୋଟିଂରେ ପାକିସ୍ତାନକୁ ୩୮ ଓ ଭାରତକୁ ୧୮ ଭୋଟ । ଏବେ ପାକିସ୍ତାନ ୨ ବର୍ଷ ଲାଗି ୟୁନେସ୍କୋର ଉପାଧ୍ୟକ୍ଷ ରହିବ । ଏଠାରେ ସୂଚାଇ ଦିଆଯାଇପାରେ କି ୟୁନେସ୍କୋର କାର୍ଯ୍ୟକାରୀ ବୋର୍ଡରେ ୫୮ ସଦସ୍ୟ ଅଛନ୍ତି । ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ଏହାର ବୈଠକ ହୋଇଥିଲା । ପାକିସ୍ତାନ ଏବେ ଏହି ବିଜୟକୁ ନେଇ ବହୁତ ଉତ୍ସାହିତ ଅଛି । ଅପରପକ୍ଷେ ପାକିସ୍ତାନର ଏହି ବିଜୟରେ ଭାରତ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

Get real time updates directly on you device, subscribe now.