fbpx

୨୦୫୦ ବେଳକୁ ମାନ ଚିତ୍ରରୁ ହଜିଯିବ ବିଶ୍ୱର ଅନେକ ଦେଶ, ଭାରତର ୯ ରାଜ୍ୟ ସାମିଲ, ବିପଦରେ ମୁମ୍ବାଇ ଓ ୟୁପି

Advertisement

ନୂଆଦିଲ୍ଲୀ : ଜଳବାୟୁର ପରିବର୍ତ୍ତନ ଯୋଗୁଁ ଦେଶରେ ନୂଆ ନୂଆ ବିପତି ଦେଖିବାକୁ ମିଳୁଛି । ଗତ କିଛି ବର୍ଷ ମଧ୍ୟରେ ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନକୁ ନେଇ ବିଭିନ୍ନ ପ୍ରକାର ସର୍ଭେ କରୁଛନ୍ତି । ପୁଣି ଏକ ସର୍ଭେରୁ ଜଣାପଡିଛି ଯେ ୨୦୫୦ ମସିହା ବେଳକୁ ଦେଶର ୫୦ ପ୍ରତିଶତ ପ୍ରକୃତିକ ବିପର୍ଯ୍ୟୟରେ ଧ୍ୱଂସ ହୋଇଯାଇଥିବ । ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ୫୦ ପ୍ରତିଶତରେ ସବୁଠାରୁ ଅଧିକ ଚୀନ ସହର ସାମିଲ ରହିଥିବା ବେଳେ ଭାରତର ମାତ୍ର ୯ଟି ରାଜ୍ୟ ରହିଛି । ସେହିପରି ଆମେରିକାର ୫ଟି ସହର ରହିଛି । ଏହି ୫୦ ଭାଗ କ୍ଷେତ୍ରରେ ବନ୍ୟା, ଜଙ୍ଗଲରେ ନିଆଁ, ଗରମ ପବନ, ସମୁଦ୍ର ସ୍ତର ବଢିବ, ପବନର ବେଗ ବଢିବା ସହ ବରଫବୃଷ୍ଟି ଭଳି ବିପଦ ବୃଦ୍ଧି ପାଇବ ।

ରିପୋର୍ଟ ଅନୁଯାୟୀ, ଏହି ପ୍ରକୃତିକ ବିପର୍ଯ୍ୟୟରେ ଚୀନ୍ ସମେତ ପାକିସ୍ତାନ, ବ୍ରାଜିଲ, ଇଣ୍ଡୋନେସିଆ ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଆସନ୍ତୁ ଜାଣିବା ଭାରତର ୯ ଟି ରାଜ୍ୟ ମଧ୍ୟରୁ କେଉଁଟିରେ ଆଗାମୀ ବର୍ଷରେ ଜଳବାୟୁ ପରିବର୍ତ୍ତନ ଭଳି ବିପଦର ସମ୍ମୁଖୀନ ହେବ।

୨୦୫୦ରେ ବିଶ୍ୱର ଅନେକ ଦେଶ ମାନଚିତ୍ରରୁ ହଜିଯିବ । ପ୍ରାକୃତିକ ବିପର୍ଯ୍ୟୟ ତଳେ ଏମାନେ ଚାପି ହୋଇଯିବେ । ଏସବୁ ମଧ୍ୟରେ ଭାରତର ୯ଟି ରାଜ୍ୟ ସାମିଲ ରହିଥିବା ବେଳେ ମୁମ୍ବାଇ ରେଡ୍ ଆଲର୍ଟ ରେ ରହିଛି ।

ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶ ମଧ୍ୟ ଲିଷ୍ଟରେ ସାମିଲ ରହିଛି । ଲଗାଣ ବର୍ଷାରେ ଏହି ରାଜ୍ୟ ନାହିଁ ନଥିବା ସଙ୍କଟରେ ଉବୁଡୁବୁ ହେଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଏଠାରେ ବସି ପଡିବାର ଆଶଙ୍କା ରହିଛି ।

ବିହାର ରାଜଧାନୀ ପାଟନା ସମେତ ଅନ୍ୟ ସମସ୍ତ ଜିଲାରେ ତାପାମତ୍ରା ଅହେତୁକ ବୃଦ୍ଧି ହେବ । ବର୍ଷାର ମଧ୍ୟ ପରିମାଣ ବଢିବ ।

ଗତବର୍ଷ ତୁଫାନରେ ତାମିଲନାଡୁର ଅବସ୍ଥା ଖରାପ ହୋଇଯାଇଥିଲା । ଏହା ପ୍ରଥମ ଘଟଣା ନୁହେଁ ତାମିଲନାଡୁ ପ୍ରତି ବର୍ଷ ଏଭଳି ସ୍ଥିତିି ସୃଷ୍ଟି ହୁଏ । ତାମିଲନାଡୁ ରିସ୍କ ଜୋନ ରହିଛି ।

ପଞ୍ଜାବରେ କେତେବେଳେ ବିଲ ଫାଟି ଆଁ କରିଥିବ, ତ ଅନ୍ୟ କେତେବେଳେ ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ଦୁର୍ଦଶା ଭୋଗୁଥାନ୍ତି । ଏହି ରାଜ୍ୟ ମଧ୍ୟ ପଞ୍ଜାବରେ ଜଳବାୟୁ ପରିବର୍ତ୍ତନର ରିକ୍ସରେ ରହିଛି ।

କେରଳରେ ଅନ୍ୟ ଥର ପ୍ରବଳ ବର୍ଷା ଯୋଗୁଁ ଅବସ୍ଥା ଖରାପ ହୋଇଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । କରେଳର ଦକ୍ଷିଣ ଓ ମଧ୍ୟରେ ଅଦିନିକିଆ ବର୍ଷା ଯୋଗୁଁ ଅବସ୍ଥା ଆହୁରି ଖରାପ ହୁଏ । ବର୍ଷା ଯୋଗୁଁ ଗତ ବର୍ଷ ବନ୍ୟା ଆସିଥିଲା ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗୁଜରାଟ ଉପରେ ମଧ୍ୟ ପଡିବ । ଏଠାରେ ଦୁଇ ବର୍ଷ ପୂର୍ବରୁ ତାପମାତ୍ରା ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଗୁଜରାଟର କେତେକ ସ୍ଥାନରେ ବର୍ଷା ହୋଇଥିଲା ଏବଂ ଫସଲ ନଷ୍ଟ ମଧ୍ୟ ହୋଇଥିଲା ।

ଭାରତର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ବିପଦ ରହିଛି । ପ୍ରକୃତିତ ବିପର୍ଯ୍ୟୟ ପରେ ପ୍ରାକୃତିକ ଶସ୍ୟରେ ପରିପୂର୍ଣ୍ଣ ଆସାମର ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିବ ।

Get real time updates directly on you device, subscribe now.