fbpx

ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ଜନ୍ମ ଜୟନ୍ତୀରେ ଡକ୍ଟର ବାବା ସାହେବ ଆମ୍ବଦକରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ଭାରତ ରତ୍ନ ବାବା ସାହେବ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ୧୩୨ ତମ ଜନ୍ମତିଥି । ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ମହାପୁରୁଷଙ୍କ ଜନ୍ମତିଥିକୁ ମହା ସମାରୋହରେ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରର ଏ. ଜି. ଛକ ଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପରିଷଦ ପରିବାର ପକ୍ଷରୁ ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ସହିତ ପରିଷଦ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା।

ଯେଉଁ ଜାତିରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ସେ ଜାତି ଆଜି ଚିର ଅବହେଳିତ, ନିଜର ଜାତି ପ୍ରମାଣପତ୍ର ପାଇଵାରୁ ବଞ୍ଚିତ ହୋଇ ସାମ୍ବିଧାନିକ ଅଧିକାରରୁ ଦୂରେଇ ରହିବା ଦୁଃଖ ଓ ପରିତାପର ବିଷୟ ବୋଲି ବକ୍ତା ମାନେ ଏହି ସଭାରେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏହି ଜାତି ଗତ ପ୍ରମାଣପତ୍ରକୁ ନେଇ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ଦାବି ହୋଇଛି । ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ, ଉପ ସଭାପତି ଗୋପୀନାଥ ନାୟକ, ସାଂସ୍କୃତିକ ସମ୍ପାଦକ ଶଙ୍କର ନାୟକ ଉପସ୍ଥିତ ରହିଥିଲେ । ଏହା ବ୍ୟତୀତ କ୍ୟାସିୟର ଅମର ନାୟକ, ସହ ସମ୍ପାଦକ ପ୍ରମୋଦ, ପୂର୍ଣ୍ଣ ଚନ୍ଦ୍ର , ସଞ୍ଜୟ, ବିଜୟ, ପ୍ରଶାନ୍ତ, ରଞ୍ଜିତ, ତ୍ରିନାଥ, ଯୁଗଳ , ସୋମନାଥ ଏବଂ ସାହିଲଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇ ପରିଷଦ ପକ୍ଷରୁ ଦ୍ରୁବାର ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଛନ୍ତି ।

Get real time updates directly on you device, subscribe now.