fbpx

ନିଆରା ମନ୍ଦିର, ଯେଉଁଠାରେ ସ୍ୱାମୀ-ସ୍ତ୍ରୀ ଏକାସାଙ୍ଗରେ କରିପାରିବେନି ପୂଜା: ଅଲଗା ରହିଛି ବିଧି-ବିଧାନ

Advertisement

ହିନ୍ଦୁ ଧର୍ମରେ ମାନ୍ୟତା ରହିଛି କି, ବିବାହ ପରେ ବିବାହିତ ଦମ୍ପତି କୌଣସି ଶୁଭ କାର୍ଯ୍ୟକ୍ରମ, ପୂଜା-ପାଠ, ଜଜ୍ଞ ଆଦିରେ ସାମିଲ ହୁଅନ୍ତି । ତୀର୍ଥ ଓ ପୂଜା-ପାଠର ଶୁଭ ଫଳ ସ୍ୱାମୀ-ସ୍ତ୍ରୀଙ୍କ ଯୋଡିକୁ ମିଳିଥାଏ । କରବାଚୌଥର ପର୍ବ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମର ପର୍ବ । ଏହି ଅବସରରେ, ଆମେ ଭାରତର ଏକ ନିଆରା ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ସ୍ୱାମୀ-ସ୍ତ୍ରୀ ଏକାଠି ଦର୍ଶନ କରିପାରିବେ ନାହିଁ । ସେଠାରେ କୌଣସି ଦମ୍ପତିଙ୍କୁ ଏକାଠି ପୂଜା କରିବାକୁ ଅନୁମତି ନାହିଁ । ଆସନ୍ତୁ ଜାଣିବା ଏହି ମନ୍ଦିରର କାହାଣୀ ଏବଂ ଏହା ସହିତ ଜଡ଼ିତ ରୋଚକ ତଥ୍ୟ ବିଷୟରେ…

ନିଆରା ମନ୍ଦିର :-
ବିବାହିତ ଦମ୍ପତିଙ୍କ ପାଇଁ ଦର୍ଶନ ଉପରେ ବ୍ୟାନ୍ ଲଗାଇଥବା ଏହି ନିଆରା ମନ୍ଦିର ଦେବଭୂମି ହିମାଚଳ ପ୍ରଦେଶରେ ରହିଛି । ଶିମଲାରେ ସ୍ଥିତ ଏହି ମନ୍ଦିର ହେଉଛି ମାତା ଦୁର୍ଗାଙ୍କ ମନ୍ଦିର । ଏହି ଅନନ୍ୟ ଏବଂ ସ୍ୱତନ୍ତ୍ର ମନ୍ଦିରଟି ମା ଦୁର୍ଗା ଶ୍ରୀ କୋଟି ମାତା ନାମରେ ଜଣାଶୁଣା । ମାତା ଭୀମା କାଳୀ ଟ୍ରଷ୍ଟ ଏହି ମନ୍ଦିରର ରକ୍ଷଣାବେକ୍ଷଣ ଏବଂ ବ୍ୟବସ୍ଥା ପାଇଁ ସମସ୍ତ ବ୍ୟବସ୍ଥା କରିଥାଏ । ଶିମଲାରେ ଥିବା ଏହି ମନ୍ଦିରର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୧୧୦୦୦ ଫୁଟ ଉଚ୍ଚରେ ରହିଛି ।

ଏକାଠି ଦର୍ଶନ କରିବା ଦ୍ୱାରା ମିଳିଥାଏ ଦଣ୍ଡ :-
ହିନ୍ଦୁ ମାନ୍ୟତା ଅନୁଯାୟୀ, ମା ଦୁର୍ଗାଙ୍କ ଏହି ମନ୍ଦିରରେ ସ୍ୱାମୀ-ସ୍ତ୍ରୀ କିମ୍ବା ବିବାହିତ ଦମ୍ପତିମାନେ ଏକାଠି ପୂଜା କରିବା ନିଷେଧ । ଯଦି କୌଣସି ବିବାହିତ ଯୋଡ଼ି କିମ୍ବା ଦମ୍ପତି କୌଣସି ପ୍ରକାରେ ଏହି ମନ୍ଦିର ଯାଇ ମାତାଙ୍କ ମୂର୍ତ୍ତି ଦର୍ଶନ କରନ୍ତିି, ତେବେ ସେମାନଙ୍କୁ ଏହି ଅପରାଧ ପାଇଁ ଦଣ୍ଡର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ସ୍ୱାମୀ-ସ୍ତ୍ରୀ ଏହି ମନ୍ଦିରରେ ଦର୍ଶନ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ମନ୍ଦିରରେ ପୃଥକ ଭାବରେ ମାତାଙ୍କୁ ଦର୍ଶନ କରିବାକୁ ପଡିବ ।

ମନ୍ଦିର ପରମ୍ପରା:-
ଏହି ଅନନ୍ୟ ଏବଂ ସ୍ୱତନ୍ତ୍ର ମନ୍ଦିର ବିଷୟରେ ଏକ ପୁରାତନ କାହାଣୀ ପ୍ରଚଳିତ ରହିଛି । ମାନ୍ୟତା ରହିଛି କି, ଥରେ ଭଗବାନ ଶିବଙ୍କ ଦୁଇ ପୁଅ ଗଣେଶ ଏବଂ କାର୍ତ୍ତିକେୟ ବ୍ରହ୍ମାଣ୍ଡ ବୁଲିବାକୁ ବାହାରିଲେ । ଗଣେଶ ତାଙ୍କ ପିତାମାତାଙ୍କ ପରିକ୍ରମା କରିଥିଲେ ଏବଂ ପଚରାଯିବା ପରେ କହିଥିଲେ ଯେ ପିତାମାତାଙ୍କ ଚରଣରେ ହିଁ ବ୍ରହ୍ମାଣ୍ଡ ରହିଛି । ଯେତେବେଳେ କାର୍ତ୍ତିକେୟ ସମଗ୍ର ବ୍ରହ୍ମାଣ୍ଡର ପରିକ୍ରମା କରି ଆସିଥିଲେ, ସେତେବେଳକୁ ଭଗବାନ ଗଣେଶଙ୍କର ବିବାହ ହୋଇସାରିଥିଲା ।

ଅଭିଶାପ ଯୋଗୁଁ ବିବାହିତ ଦମ୍ପତିମାନେ କରନ୍ତିନି ଦର୍ଶନ :-
ଗଣେଶ ଜୀଙ୍କୁ ବିବାହ କରିବା କଥାକୁ ନେଇ କାର୍ତ୍ତିକେୟ ରାଗିଗଲେ ଏବଂ ସେ କେବେ ବିବାହ କରିବେ ନାହିଁ ବୋଲି ଶପଥ ନେଇଥିଲେ । ପୁଅ କାର୍ତ୍ତିକେୟଙ୍କ ବିବାହ ନକରିବା ନିଷ୍ପତ୍ତିକୁ ନେଇ ମାତା ପାର୍ବତୀ ଅତ୍ୟଧିକ କ୍ରୋଧିତ ହୋଇଥିଲେ । ଯେଉଁଠାରେ କାର୍ତ୍ତିକେୟ ରହୁଥିଲେ, ସେଠାରେ ମାତା ପାର୍ବତୀ କହିଥିଲେ ଯେ, ଯେଉଁ ସ୍ୱାମୀ-ସ୍ତ୍ରୀ କାର୍ତ୍ତିକେୟଙ୍କର ଦର୍ଶନ କରିବେ, ସେମାନେ ପରସ୍ପରଠାରୁ ଅଲଗା ହୋଇଯିବେ । ଏହି କାରଣରୁ ସେଠାରେ ଦମ୍ପତିମାନେ ଏକାସାଙ୍ଗରେ ପୂଜା କରିବାକୁ ଟିକେ ଡରୁଛନ୍ତି ।

Get real time updates directly on you device, subscribe now.