fbpx
BSKY
BJD MC SKY
BJD YOUTH SKY

Video: ବର୍ଷା ପାଣିରେ ମୁଣ୍ଡ ତଳକୁ କରି ଜୁନିୟରଙ୍କୁ ପ୍ରବଳ ପିଟିଲେ ସିନିୟର ଛାତ୍ର, ଭିଡିଓ ଭାଇରାଲ

ଓଡିଶା ଭାସ୍କର: ଆମାନୁଷିକ ଭାବେ NCC କ୍ୟାଡେଟମାନଙ୍କୁ ବର୍ଷା ପାଣିରେ ମୁଣ୍ଡ ତଳକୁ କରି ସିନିୟର କ୍ୟାଡେଟମାନେ ପ୍ରବଳ ପିଟୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ମାଡ଼ କାରଣରୁ କିଛି ଛାତ୍ର କାନ୍ଦୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ମହାରାଷ୍ଟ୍ରର ଥାନେର ବାନ୍ଦୋଦକର କଲେଜରେ ଚାଲିଥିବା ନ୍ୟାସନାଲ କ୍ୟାଡେଟ୍ କର୍ପସ ତାଲିମ ଶିବିରରେ ଜୁନିୟର NCC କ୍ୟାଡେଟମାନେ ଚ୍ୟାଲେଞ୍ଜ ଡ୍ରିଲ୍ କରି ନ ଥିବାରୁ ଜଣେ ସିନିୟର NCC କ୍ୟାଡେଟ ବର୍ଷା ପାଣି କାଦୁଅରେ ଆଣ୍ଠେଇ ଦେଇ NCC କ୍ୟାଡେଟ ମାନଙ୍କ ପିଠିକୁ ନିର୍ଧୂମ ପିଟୁଥିବା ଦେଖିବାକୁ ମିଳିଛି । ସିନିଅରଙ୍କ ଏହି ଅମାନୁଷିକ କାଣ୍ଡକୁ ଏବେ ସାରା ଦେଶରେ ନିନ୍ଦା କରାଯାଉଛି।

ଭିଡିଓରେ ବାଡ଼ି ଧରିଥିବା ବ୍ୟକ୍ତି ଜଣକ ଜଣେ ସିନିୟର କ୍ୟାଡେଟ ବୋଲି ଜଣାପଡିଛି । ତାଙ୍କର ଚ୍ୟାଲେଞ୍ଜ ଡ୍ରିଲ୍ କରିପାରିନଥିବାରୁ ସେ ଏନସିସି କ୍ୟାଡେଟମାନଙ୍କୁ ଏପରି ଦଣ୍ଡ ଦେଇଛନ୍ତି। ସେହି ସମୟରେ ଜଣେ ଛାତ୍ର ଝରକା ଦେଇ ଏହି ଭିଡିଓଟି କରିଥିବା କହିଛନ୍ତି । ତେବେ ଏ ନେଇ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନାହିଁ।

ଘଟଣାକୁ ନେଇ କଲେଜର ପ୍ରିନ୍ସପାଲ ସୁଚିତ୍ରା ନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି । ସିନିୟର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସିନିୟର ଛାତ୍ରଙ୍କ ଏପରି ଆଚରଣକୁ କେବେ ବରଦାସ୍ତ କରାଯିବନାହିଁ । ଏହା ବ୍ୟତୀତ କଲେଜର ପ୍ରିନ୍ସପାଲ ସୁଚିତ୍ରା ନାୟକ ଆହୁରି କହିଛନ୍ତି ଯେ, ପ୍ରାୟ ୪୦ ବର୍ଷ ହେଲା ପିଲାମାନଙ୍କୁ ଏଠାରେ ଏନସିସି ତାଲିମ ଦିଆଯାଉଛି । ଶିକ୍ଷକ ଅନୁପସ୍ଥିତ ଥିବାରୁ ଏହି ଘଟଣା ଘଟିଛି । ଏପରି କାଣ୍ଡକୁ ଗ୍ରହଣ କରାଯିବନାହିଁ । ଛାତ୍ରମାନେ ଯାହା କହିଛନ୍ତି, ଏପରି କାର୍ଯ୍ୟ ଜଣେ ମାନସିକ ରୋଗୀ ହିଁ କରିପାରିବ ।

Get real time updates directly on you device, subscribe now.