fbpx

ଭିଜିଲାନ୍ସ ଜାଲରେ RI : ୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଜଗତସିଂହପୁର : ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେଉ ବା ଲାଞ୍ଚ ନେବା ଅଭିଯୋଗରେ ହେଉ ପ୍ରତ୍ୟେକ ଦିନ କେହି ନା କେହି ଭିଜିଲାନ୍ସ ଜାଲରେ ଫସୁଛନ୍ତି । ପିଅନ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଫିସର ମାନଙ୍କର ମୁଖା ଖୋଲୁଛି । ଆଜିର ଦିନରେ ବିନା ଲାଞ୍ଚରେ ପ୍ରାୟ କେହି କାମ କରନ୍ତି ନାହିଁ । ଯେ କୌଣସି କାମରେ ଆମେ ଲାଞ୍ଚ ଦେବା ମାତ୍ରେ ତୁରନ୍ତ କାମ ସମାପ୍ତ ହୋଇଯାଉଛି ।

ଏଭଳି ଏକ ଘଟଣା ଜଗତସିଂହପୁରରୁ ସାମ୍ନାକୁ ଆସିଛି । ଭିଜିଲାନ୍ସ ଜାଲରେ ଏରସମା ସର୍କଲ ଗୋଡା ଆରଆଇ ପଡିଛନ୍ତି । ଜମିିର ମ୍ୟୁଟେସନ ପାଇଁ ୬ ହଜାର ଟଙ୍କାର ଲାଞ୍ଚ ନେବା ବେଳେ ସେ ଧରାପଡିଛନ୍ତି । ଆରଆଇଙ୍କ ନାମ ହେଉଛି ନୃସିଂହ ରାଉତ । ଆଜିର ଦିନରେ ଠକାମିର ମାମଲା ଥମିବାର ନାମ ନେଉ ନାହିଁ । ସୂଚନା ଯୋଗ୍ୟ ଯେ, ଗତମାସରେ ୨୫ ହଜାର ଟଙ୍କା ନେଇ ମାଲକାନଗିରିର ଆରଆଇ ଧରାପଡିଥିଲେ । ଲାଞ୍ଚ ନେବା ବେଳେ ଟଙ୍କା ସହ ଧରାପଡିଥିଲେ ।

Get real time updates directly on you device, subscribe now.