fbpx
BSKY
BJD SHG SKY
BJD YOUTH SKY

ରାସ୍ତା କଡ଼ରୁ ହାସ୍ୟ ଅଭିନେତାଙ୍କ ମୃତଦେହ ଉଦ୍ଧାର: ଆଶ୍ଚର୍ଯ୍ୟଜନକ ଭାବରେ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ଭାବରେ ଅନେକ ଲୋକଙ୍କ ପାଖରେ ପହଞ୍ଚିଥିବା ଜଣେ ଅଭିନେତାଙ୍କ ମୃତଦେହ ରାସ୍ତକଡ଼ରୁ ଉଦ୍ଧାର କରାଯାଇଛି । ଅନେକ ସିନେମାରେ ସେ ନିଜ ଅଭିନୟ ଏବଂ କମେଡିରେ ଲୋକଙ୍କ ହୃଦୟ ଜିତି ପାରିଛନ୍ତି । ତେବେ ତାଙ୍କ ମୃତ୍ୟୁର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି । ଦିନେ ସାରା ଭାରତକୁ ଅଭିନୟର ଜାଦୁରେ ହସାଉଥିବା ଏହି ଅଭିନେତାଙ୍କୁ ରାସ୍ତାକଡ଼ରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଦୀର୍ଘ ଦିନରୁ ସେ ଅଭିନୟରୁ ଦୂରେଇ ରହିଛନ୍ତି ।

୭୦/୮୦ ଦଶକରେ ଜଣେ ହାସ୍ୟ ଅଭିନେତା ଭାବରେ ଖୁବ ନାଁ କରିଥିଲେ ତାମିଲ ଷ୍ଟାର ମୋହନ । ଅନେକ ସିନେମାରେ ତାଙ୍କର କମେଡି ଚରିତ୍ରକୁ ସିନେ ଦର୍ଶକ ପସନ୍ଦ କରିଛନ୍ତି । ତେବେ ଗତ ଜୁଲାଇ ୩୧ ତାରିଖରେ ତାମିଲ ଅଭିନେତାଙ୍କୁ ମଦୁରେ ତିରୁପରଂଗୁନ୍ଦ୍ରମ ଅଞ୍ଚଳରେ ଏକ ରାସ୍ତାରୁ ଉଦ୍ଧାର କରାଯାଇଛି । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଣୋ କରିଛନ୍ତି । ତେବେ ଅନେକ ଦିନ ପର୍ଯ୍ୟନ୍ତ ଭୋକ ଉପାସରେ ରହିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ମୃତ୍ୟୁ ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟରୁ ତାଙ୍କ ମୃତ୍ୟୁର ଏହି କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ପୋଲିସକୁ ଖବର ଦେଇଥିଲେ ।

ସୂଚନା ଅନୁସାରେ, ୧୦ ବର୍ଷ ତଳେ ମୋହନଙ୍କ ପତ୍ନୀ ମୃତ୍ୟୁବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ମୋହନ ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ କିଛି ଦିନରୁ ଖାଇବା ନ ପାଇବାରୁ ପ୍ରାଣ ହରାଇଛନ୍ତି ତାମିଲ ସିନେ ଜଗତର ଜଣେ ଲୋକପ୍ରିୟ ଅଭିନେତା । ୧୯୮୯ ମସିହାରେ ରିଲିଜ ହୋଇଥିବା ‘ଅପୂର୍ବ ସଗୋଧରାର୍ଗଳ’ ସନେମାରେ କମଲ ହାସନଙ୍କ ସହ ସେ ଅଭିନୟ କରିଥିଲେ । ଏହାପ୍ୟତୀତ ଆହୁରି ଅନେକ ସିନେମାରେ କାମ କରି ସେ ବେଶ୍ ପରିଚୟ ହାସଲ କରିଛନ୍ତି ।

Get real time updates directly on you device, subscribe now.