fbpx

ମକ୍କା ମଦିନା ସ୍ଥିତ ‘କାବା’ରେ ବୁର୍ଖା ପିନ୍ଧି ନାଚିଲେ ମହିଳା, ଭାଇରାଲ ଭିଡିଓ ଦେଖି ରାଗିଲେ ଲୋକେ

Advertisement

ଓଡ଼ିଶା ଭାସ୍କର: ମୁସଲମାନ ଧର୍ମାଲମ୍ବୀଙ୍କ ପାଇଁ ସବୁଠାରୁ ପବିତ୍ର ସ୍ଥାନ ହେଉଛି ସାଉଦି ଆରବ ସ୍ଥିତ ମକ୍କା ମଦିନା । ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହି ସ୍ଥାନର ଅପମାନ ବରଦାସ୍ତ କରିପାରିବେ ନାହିଁ । ଏଠାରେ ଥିବା ପବିତ୍ର ତୀର୍ଥ ସ୍ଥଳୀ କାବାରେ ଜଣେ ମହିଳାଙ୍କ ଡାନ୍ସ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ମୁସଲମାନ ସମ୍ପ୍ରଦାୟର ଲୋକମାନେ ବେଶ ଅସନ୍ତୋଷ ବ୍ୟକ୍ତ କରିବା ସହ କ୍ରୋଧିତ ହୋଇଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦର୍ଶାଯାଇଛି ଯେ କାବା ସମ୍ମୁଖରେ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଥିମଧ୍ୟରେ ଜଣେ ମହିଳା ବୁର୍ଖା ପିନ୍ଧି ରୀଲ୍ସ କରୁଛନ୍ତି । ଏହି ଭିଡିଓ ଯୋଗଁ ମୁସଲମାନ ଧର୍ମାଲମ୍ବୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହି ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ଅନେକ ଲୋକମାନେ କମେଣ୍ଟ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । @RKSA_en ନାମକ ଜଣେ ୟୁଜର ‘ଏକ୍ସ’ରେ ଏହି ଭାଇରାଲ ଭିଡିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ହଜ୍ ୨୦୨୪ ସମୟ ପାଖେଇ ଆସୁଛି । କିଛି ବ୍ୟକ୍ତି କିନ୍ତୁ ଏହି ମାସର ପବିତ୍ରତା ଉଲ୍ଲଂଘନ କରିବା ଆରମ୍ଭ କରିଦେଇଛନ୍ତି । ଏହା ଦ୍ୱାରା ଲକ୍ଷାଧିକ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଭାବନାକୁ ଆଘାତ ଲାଗିଛି । ବିଶେଷକରି କାବା ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।’

 

Get real time updates directly on you device, subscribe now.