fbpx

୨୩ ଥର ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେଣି ୯୫ ବର୍ଷୀୟ ମହିଳା: କିନ୍ତୁ ଏପର୍ଯ୍ୟନ୍ତ ମିଳୁନି ନ୍ୟାୟ

Advertisement

ଭୋପାଲ: ବିଶ୍ୱ ମାତୃ ଦିବସରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇ ଜଣାଇ ପାଦରୁ ଚମଡା ଛାଡିବାକୁ ବସିଲାଣି, କିନ୍ତୁ ଫଳ ଶୂନ । ନ୍ୟାୟ ପାଇବା ଆଶାରେ ଏବେ ବି ଦିନ କାଟୁଛନ୍ତି ମଧ୍ୟପ୍ରଦେଶର ୯୫ ବର୍ଷର ଜଣେ ମା ପୁନିଆ ବାଇ । ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଡିଏମ ଆଶିଷ ସିଂହ ସମସ୍ତଙ୍କ ଦ୍ୱାରସ୍ଥ ହେବା ପରେ ବି ଭୂମି ମାଫିଆଙ୍କ କବଳରୁ ରକ୍ଷା ପାଇ ପାରି ନାହାନ୍ତି । ୧୦ ବର୍ଷରୁ ସେ ଖଳ ପ୍ରକୃତିର ଲୋକମାନଙ୍କ ସହ ନିଜ ଜମି ପାଇଁ ଯୁଦ୍ଧ କରି ଆସୁଛନ୍ତି ।

ମଧ୍ୟ ପ୍ରଦେଶର ପୁନିଆ ବାଇଙ୍କ ପୁଅ ସୁନୀଲ ଲୋଟ ନିଜ ମାଆଙ୍କୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ଜମିରେ ହଂସରାଜଙ୍କ ଦୁଇ ପୁଅ ଦେବରାଜ ଏବଂ ତିଲକରାଜ ଅବୈଧ ଭାବରେ କଲୋନୀ ତିଆରି କରିଥିବା ସେ ଅଭିଯୋଗ କରିଛନ୍ତି । ୨୦୨୧ ଫେବୃୟାରୀ ୧୫ ତାରିଖରେ ନାମାଙ୍କନପତ୍ର ମଧ୍ୟ ତାଙ୍କ ନାମରେ ଆସିଥିବା କହିଛନ୍ତି ପୁନିଆ ବାଇ । ଏ ନେଇ ଏଡଏମଙ୍କ ଠାରୁ ଆରମ୍ଭ କରି ତହସିଲଦାର ସମସ୍ତଙ୍କ ଅଭିଯୋଗ କରି ସାରିଲେଣି ସୁନୀଲ । ତାଙ୍କ ପୈତୃକ ସମ୍ପତ୍ତିକୁ ଏହି ଦୁଇ ଭାଇ ଗତ ୨୦୧୨ରୁ କବଜା କରି ନେଇଥିବା ସେ କହିଛନ୍ତି । ତେବେ ସେହି ଦିନରୁ ସେ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ ଏବଂ ବିଭିନ୍ନ ବିଭାଗରେ ଅଭିଯୋଗ କରିସାରିଲେଣି । ସେ ବି ଥରେ କି ଦୁଇ ଥର ନୁହେଁ ୨୩ ଥର ।

ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ ଏବଂ ଜିଲ୍ଲାପାଳ ଅଫିସରେ ୧୦ ବର୍ଷ ପରେ ବି ଅଭିଯୋଗକୁ ଅଣଦେଖା କରାଯିବା ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ଡିଏମ । ପରିବାରକୁ ଏ ନେଇ ପଚରାଉଚରା କରିବାରୁ ସବୁ ଘଟରା ପଦାକୁ ଆସିଛି । ଉଜେନର ନଗର ପାଳିକା ନିଗମରୁ ୨୦୧୨ ଜାନୁୟାରୀ ୨୮ ତାରିଖରେ ଏକ ନୋଟିସ ହଂସରାଜ, ତିଲକ ଏବଂ ରାଜଲୋଟ ନିବସୀ ଭେରୁଗଢ ନାମରେ ଜାରି ହୋଇଥିଲା । ଯେଉଁଥିରେ ୭ ଦିନ ମଧ୍ୟରେ ଅବୈଧ ନିର୍ମାଣକାର୍ଯ୍ୟ ହଟାଇବା ପାଇଁ ନର୍ଦ୍ଦେଶ ରହିଥିଲା । କିନ୍ତୁ ଏହାକୁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନେ ଏହି ଜମିରେ କବଜା ଜାରି ରଖିଛନ୍ତି ।

Get real time updates directly on you device, subscribe now.