fbpx

ଗୋଟିଏ ଦିନରେ ମହିଳାଙ୍କୁ ତିନି ଥର ହେଲା ଦୁଷ୍କର୍ମ: ଅଚେତ ଅବସ୍ଥାରେ ଛାଡି ଅଭିଯୁକ୍ତ ଫେରାର

ଲକ୍ଷ୍ନୌ: ଲକ୍ଷ୍ନୌ ଅଞ୍ଚଳରେ ଘଟିଯାଇଛି ଏକ ହୃଦୟଥରା ଘଟଣା । ଜଣେ ମହିଳାଙ୍କୁ ଗୋଟିଏ ଦିନରେ ଦୁ୍େକର୍ମ କରାଯାଇଥିବା ଜଣାପଡିଛି । ତିନୋଟି ଭିନ୍ନ ସ୍ଥାନରେ ଅଲଗା ଅଲଗା ବ୍ୟକ୍ତି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ତେବେ ପୋଲିସ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ଶବାବ ଆଲମ ନାମକ ଜଣେ ଯୁବକ ପ୍ରଥମେ ମହିଳାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ଚାରବାଗରେ ଛାଡି ଦେଇଥିଲା । ଏହାପରେ ପୁଣି ଥରେ ରିବରଫ୍ରଣ୍ଟରେ ଦୁଷ୍କର୍ମର ଶିକାର ହୋଇଛନ୍ତି ଏହି ମହିଳା ଜଣକ । କେବଳ ସେତିକି ନୁହେଁ ଅନ୍ୟ ଜଣେ ବ୍ୟକ୍ତି ପୀଡିତାଙ୍କୁ ସେଠାରୁ ଉଠାଇ ନେଇ ଦୁଷ୍କର୍ମ କରି ଛାହି ଦେଇଥିବା ଜଣାଯାଇଛି । ତିନି ଥର ଦୁଷ୍କର୍ମ ଶିକାର ହେବା ପରେ ମହିଳା ଜଣକ ବେହୋଷ ଭାବରେ ପରିବର୍ତ୍ତନ ଚୌକ ନିକଟରୁ ଉଦ୍ଧାର ହୋଇଛନ୍ତି । ହଜରତଗଞ୍ଜ ପୋଲିସ ଘଟରାସ୍ଥଳରେ ପହଞ୍ଚି ପୀହିତାଙ୍କୁ କ୍ୱୀନ ମେରୀ ହସ୍ପିଟାଲରେ ଭର୍ତ୍ତି କରାଇଥଲେ, ଯେଉଁଠାରେ ମହିଳାଙ୍କ ସହ ଦୁଷ୍କର୍ମର ଘଟରା ସାମନାକୁ ଆସିଛି ।

ପୋଲିସ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପାରିନି ପୋଲିସ । ତେବେ ସେମାନଙ୍କର ପରସ୍ପର ସହିତ କୌଣସି ସମ୍ପର୍କ ନଥିବା କୁହାଯାଉଛି । ଗ୍ୟାଙ୍ଗ ରେପ ଭାବରେ ଏହି ମାମଲା ଦାୟର କରାଯାଇତିବା କହିଛନ୍ତି ହଜରତଗଞ୍ଜ ଥାନାର ଷ୍ଟେସନ ହାଉସ ଅଫିସର ଶ୍ୟାମ ବାବୁ ଶୁକ୍ଳା । ପ୍ରଥମ ଅଭିଯୁକ୍ତ ଶବାବ ଆଲମକୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରଖିଛି ଥାନା ପୋଲିସ ।

Get real time updates directly on you device, subscribe now.