fbpx

‘ଦ କାଶ୍ମୀର ଫାଇଲ୍ସ’ ଦେଖିଲେ କଙ୍ଗନା, କହିଲେ ‘ବଲିଉଡର ପାପ ଧୋଇଦେଲେ’

ମୁମ୍ବାଇ: ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ କୁ ନେଇ ବିବାଦକୁ ଉପୁଜିଥିବାବେଳେ । ଏହାରି ମଧ୍ୟରେ ବଲିଉଡ କ୍ୱିନ କଙ୍ଗନା ରଣାୱତ କଶ୍ମୀର ଫାଇଲ୍ସ ଫିଲ୍ମ ଦେଖିବା ପରେ ଏହାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏହି ଫିଲ୍ମ ବଲିଉଡର ସବୁ ପାପ ଧୋଇଦେଇଛି, ବଲିଉଡକୁ ପାପ ମୁକ୍ତ କରିଛି । କଙ୍ଗନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଫିଲ୍ମ ଦେଖିବା ପରେ ବଲିଉଡକୁ ନେଇ ଅନେକ କିଛି କହିଛନ୍ତି ।

କଙ୍ଗନା ଏହି ଫିଲ୍ମ ପାଇଁ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମ ନର୍ଦ୍ଦେଶକ ବିବେକ ଅଗ୍ନହୋତ୍ରୀଙ୍କୁ ପ୍ରଶଂସା କରିଛନ୍ତିି । ଏହା ସହ ସେ ଅନୁପମ ଖେର, ମିଥୁନ ଚର୍କବର୍ତ୍ତୀ ଏବଂ ସବୁ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ଏହା ସହ ଅଭିନେତ୍ରୀ କହିଛନ୍ତି ଯେ ଏହି ଫିଲ୍ମ ପୂରା ବଲିଉଡର ପାପ ଧୋଇଦେଇଛି । ଏହି ଫିଲ୍ମ ଏତେ ପ୍ରଶଂସନୀୟ ଯେ ମୂଷା ଭଳି ଲୁଚିଥିବା ଲୋକଙ୍କୁ ଇଣ୍ଡଷ୍ଟ୍ରୀରୁ ବାହରକୁ ଆସି ଏହାର ପ୍ରମୋସନ କରିବା ଦରକାର । ଖରାପ ଫିଲ୍ମକୁ ପ୍ରମୋସନ କରୁଛନ୍ତି କିନ୍ତୁ ଏଭଳି ଭଲ ଫିଲ୍ମକୁ ପ୍ରମୋଟ କରିବା ଦରକାର ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.