fbpx
BSKY SKY
BSKY SKY

(Video) “ମା’ଙ୍କ ସାଙ୍ଗ ସହ ରଖୁଥିଲି ଶାରୀରିକ ସମ୍ପର୍କ” ଲକଅପ୍ ସୋ’ ରେ ଏଭଳି କିଛି କହି ଚର୍ଚ୍ଚାରେ ଶିଭମ ଶର୍ମା

BSKY

ବିଗ୍ ବସ୍ ଭଳି ରିଆଲିଟି ସୋ ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ । ଏହି ସବୁ ସୋ ଗୁଡ଼ିକଦ୍ୱାରା ଦର୍ଶକ ମାନେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିପାରିଥାନ୍ତି । ନିକଟରେ କଙ୍ଗନାଙ୍କ ରିଆଲିଟି ସୋ ଏବେ ସମସ୍ତଙ୍କ ନଜରରେ ରହିଛି । ସୋ କୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହେଉଛି । କାରଣ ‘ଲକ ଅପ୍’ ଶୋ ରେ ଭାଗ ନେଉଥିବା ପ୍ରତିଯୋଗୀ ନିଜ ଜୀବନର କଳା ସତ୍ୟକୁ ପ୍ରକାଶ କରୁଛନ୍ତି ଏହି ଶୋ ମାଧ୍ୟମରେ ।

ଲକ ଅପ୍ ସୋ ରେ ଭାଗ ନେଉଥିବା ପତିଯୋଗୀମାନେ ନିଜ ଜୀବନର ଅକୁହା ସତକୁ କହୁଛନ୍ତି । ଏହାରି ମଧ୍ୟରେ ପ୍ରତିଯୋଗୀ ଶିଭମ ଶର୍ମା ମଧ୍ୟ ଶେୟାର କରିଛନ୍ତି ନିଜ ଜୀବନର ଏହିଭଳି ଏକ ଗୁପ୍ତ କଥା । ଶିଭମ କହିଥିଲେ ଯେ ତାଙ୍କ ପଡ଼ୋଶୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ସେହି ମହିଳା ଜଣକ ତାଙ୍କ ମା’ଙ୍କ ବନ୍ଧୁ । କିନ୍ତୁ ମହିଳାଙ୍କର ସେତେବେଳେ ଛାଡ଼ପତ୍ର ହୋଇଯାଇଥିଲା, ତେଣୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଭୁଲ ନୁହେଁ ବୋଲି କହିଥିଲେ ଶିଭମ । ସେ କହିଥିଲେ ଯେ ସେ ତାଙ୍କୁ ସେକ୍ସୁଆଲ ଲାଇଫରେ ସାହାଯ୍ୟ କରିବାକୁ ଚାହୁଥିଲେ । ଶିଭମ କହିଥିଲେ ମୁଁ ତାଙ୍କୁ ଘରକୁ ପାସ୍ତା ଖାଇବା ବାହାନାରେ ଯାଉଥିଲି ଆମେ ଉଭୟ ବେଶ ଭଲ ସମୟ ବିତାଉଥିଲୁ । ଏହି ଘଟଣା ୮-୯ ବର୍ଷ ପୁରୁଣା, ଏବଂ ସେ ସେତେବେଳେ କଲେଜରେ ପଢ଼ୁଥିଲେ ବୋଲି କହିଛନ୍ତି ଶିଭମ ।

ସୂଚନାଯୋଗ୍ୟ, ଏକତା କପୁରଙ୍କ ଏହି ନୂଆ ରିଆଲିଟି ସୋ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ । ଯେଉଁଠାରେ ଚର୍ଚ୍ଚାରେ ଥିବା ୧୬ ପ୍ରତିଯୋଗୀଙ୍କୁ ଲକ ଅପ୍ ରେ ରଖାଯାଇଛି ଏବଂ ସେମାନଙ୍କୁ ବିଭିନ୍ନ ସୁବିଧାରୁ ବଞ୍ଚିତ ରଖାଯାଇଛି । ଯେଉଁଠାରେ ପ୍ରତିଯୋଗୀ ସେମାନଙ୍କ ଜୀବନର ଅକୁହା ସତକୁ କହୁଛନ୍ତି ।

Get real time updates directly on you device, subscribe now.