fbpx
BJD SKY
BJD SKY

ଗୋଟିଏ ବର୍ଷରେ ଶିକାର ହେଲେ ୧୦ ହଜାର ଲୋକ: ଏହି ନୂଆ ଟ୍ରିକ ଆପଣାଉଛନ୍ତି ସାଇବର ଠକ

BJD

ନୂଆଦିଲ୍ଳୀ: ଇଣ୍ଟରନେଟ ଯୁଗରେ କେତେବେଳେ କିଏ କେଉଁ ପ୍ରକାର ଠକାମିର ଶିକାର ହେଉଛନ୍ତି, ତାହା ଜାଣିବା ମହା ମୁସ୍କିଲ ହୋଇ ପଡିଛି । ନକଲି ୱେବସାଇଟ ତିଆରି କରି ଲଟେରୀର ଲୋଭ ଦେଖାଇ କିମ୍ବା ସୋଶଲ ମିଡିଆକୁ ଅସ୍ତ୍ର କରି ପ୍ରତିଦିନ ଅନେକ ଲୋକଙ୍କୁ ଲୁଟି ଚାଲିଛନ୍ତି ସାଇବର ଠକ । ତେବେ ସାଧାରଣ ଲୋକମାନଙ୍କୁ ଠକିବା ପାଇଁ ପ୍ରତିଦିନ ଏମାନେ ବିଭିନ୍ନ ପ୍ରକାର ନୂଆ ନୂଆ କୌଶଳ କରୁଛନ୍ତି । ଯାହାଦ୍ୱାରା ଲୋକମାନଙ୍କ ଆକଅଉଣ୍ଟରୁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆଖି ପିଛୁଳାକେ ଗାଏବ କରି ଦେଉଛନ୍ତି । ନିକଟରେ ହୋଇଥିବା ସାଇବର ସେଲ ସମୀକ୍ଷାରେ ଏମିତି ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି ।
ଗଜିଆବାଦ ପୋଲିସର ସାଇବର ସେଲ ଅନୁସାରେ ଗତବର୍ଷ ୧୦ ହଜାରରୁ ଅଧିକ ଲୋକଙ୍କୁ ଠକାମୀର ଶିକାର ବନାଇଛନ୍ତି ଏହି ସାଇବର ଠକ । କରୋନାର ପ୍ରଥମ ଲହର ପରେ ସାଇବର ଅପରାଧ ଖୁବ ସକ୍ରିୟ ହୋଇଛି । ସେହିପରି ଦ୍ୱିତୀୟ ଲହର ସମୟରେ ନକଲି ଆଇଡି ଏବଂ ଇ-ମେଲ କରି ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଠକ । ଏପରିକି ମେଡିସିନ ଏବଂ ଅକ୍ସିଜେନ ମଳି ଜିନିଷଗୁଡିକୁ ମଧ୍ୟ ହତିଆର ଭାବେ ସେମାନେ ବ୍ୟବହାର କରୁଥିବା ଦେଖାଯାଇଛି । ତେବେ ପୋଲିସ ରାଡରରେ ଏପରି ୭୦୦ରୁ ଅଧିକ ଅପରାଧୀ ରହିଛନ୍ତି । ଆସନ୍ତୁ ଜାଣିବା କଣ ସବୁ ରହିଥାଏ ଏମାନଙ୍କର ଠକିବାର ପ୍ଲାନ:-

ଅନଲାଇନ ଗେମିଙ୍ଗ
ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଥିବା ବେଳେ ନୂଆ କରି ଖୋଲିବାର ମିଛ ପ୍ରତିଶ୍ରୁତି
କେ.ୱାଇ.ସି ଅପଡେଟ
ଲଟେରୀ ଉଠାଣର ଲୋଭ
ଲୋନ ଦେବା ନାଁରେ ଠକେଇ
ଚାକିରି ଦେବା କିମ୍ବା ବିଦେଶ ଭ୍ରମଣର ସ୍ୱପ୍ନ ଦେଇ
ସରକାରୀ ଯୋଜନାରେ ଲାଭ ଦେବା ଇତ୍ୟାଦି ଲୋଭ ଦେଖାଇ ସାଧାରଣ ଜନତାଙ୍କ ନିକଟରୁ ଲୁଟ ନେଇଥାନ୍ତି ସେମାନଙ୍କ କଷ୍ଟ ଅର୍ଜିତ ଧନ ।
ଗତ ୧୪ ମାସ ଭିତରେ ପୋଲିସ ଏହିଭଳି ମୋଟ ୨୩୩ ଅପରାଧୀଙ୍କୁ ଗିରଫ କରିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ନାମୀଦାମୀ କମ୍ପାନୀ କିମ୍ବା ସଂସ୍ଥା ନାଁରେ ୱେବସାଇଟ କରି ଲୋକମାନଙ୍କୁ ଠକି ଥିଲେ ।

Get real time updates directly on you device, subscribe now.