fbpx
BSKY SKY
BSKY SKY

ମେଗା ଅକ୍ସନ ପରେ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛି ଚେନ୍ନାଇ: ଜାଣନ୍ତୁ କଣ ରହିଛି ଦଳର ତାକତ ଏବଂ ଦୁର୍ବଳତା

BSKY

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL ୨୦୨୨ । ପ୍ରଥମ ମ୍ୟାଚ ମୁମ୍ବାଇ ୱାନଖେଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ଲିଗର ଦ୍ୱିତୀୟ ସର୍ବଶ୍ରେଷ୍ଠ ଟିମ ହେଉଛି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ୨୦୨୦ ବ୍ୟତୀତ ପ୍ରତ୍ୟେକ ସିଜନରେ ଦଳ ପ୍ଲେଅଫରେ ପହଞ୍ଚିଥିବା ବେଳେ ୪ ଥର ଟ୍ରଫି ଜିତିବାରେ ସଫଳ ହୋଇଛି ସିଏସକେ ।

Watch video: Having played his last ODI in Ranchi, MS Dhoni hopes to play final T20 in Chennai

ଚଳିତ ସିଜନରେ ମୁମ୍ବାଇ ଏବଂ ପୁଣେର ୪ଟି ଷ୍ଟାଡିୟମରେ ଆୟୋଜନ ହେବ IPL ୨୦୨୨ର ସମସ୍ତ ମ୍ୟାଚ । ଏହି ସିଜନରେ ମୋଟ ୭୦ଟି ଲିଗ ମ୍ୟାଚ ସହିତ ୪ ଟି ପ୍ଲେଅଫ ମ୍ୟାଚ ଖେଳାଯିବ । ତେବେ ଏହି ସିଜନ ଚେନ୍ନାଇ ପାଇଁ ସାମାନ୍ୟ ସଂଘର୍ଷପୂର୍ଣ୍ଣ ମନେ ହେଉଛି । ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ଏବଂ ସବୁଠୁ ଦାମୀ ଖେଳାଳି ଭାବେ ଦଳରେ ସାମିଲ ହୋଇଥିବା ଦୀପକ ଚହର ଆଘାତ ଜନିତ ସମସ୍ୟାକୁ ନେଇ ଦଳ ଚିନ୍ତିତ ରହିଛି । ତେବେ ଆସନ୍ତୁ ଜାଣିବା ଚଳିତ ସିଜନରେ କଣ ରହିଛି ଦଳର ତାକତ ଏବଂ ଦୁର୍ବଳତା ।

CSK Team 2022 Players List - Chennai Super Kings Squad 2022

ଚେନ୍ନାଇର ତାକତ:

IPL 2021, CSK vs DC - MS Dhoni - Starting IPL games at 7.30pm gives team bowling first an advantage

ଚେନ୍ନାଇ ସୁପର କିଙ୍ଗସ ପାଇଁ ସବୁଠୁ ବଡ ତାତ ହେଉଛନ୍ତି ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । କିଛିଟା ମ୍ୟାଚରେ ଧୋନୀଙ୍କ ବ୍ୟାଟ ଶାନ୍ତ ରହୁଥିଲେ ବି ତାଙ୍କ କୌଶଳ ଦଳକୁ ବିଜୟୀ କରାଉଛି । ୱିକେଟ ପଛରେ ଧୋନୀଙ୍କ ଉପଦେଶ ଏବଂ ନେତୃତ୍ୱ ଦଳର ସବୁଠୁ ବହ ଶକ୍ତି ଭାବେ ଉଭା ହୋଇଛି । ଏହା ବ୍ୟତୀତ ରବିନ ଉତ୍ଥାପା ମଧ୍ୟ ତାଙ୍କ ଅନୁଭବକୁ ଏକ ଶକ୍ତିର ଉତ୍ସ ଭାବେ ପ୍ରକାଶ କରିଛନ୍ତି । ସୁଯୋଗ ମିଳିଲେ ନିଜ ଦମ ଦେଖାଇବାରେ କେବେ ପଛକୁ ହଟି ନାହାନ୍ତି ଅଭିଜ୍ଞ ଖେଳାଳି ରବିନ ଉତ୍ଥାପା । ସେହିପରି ଡ୍ୱେନ ବ୍ରାଭୋ, ମୋଇନ ଅଲୀ, ମିଚେଲ ସାଣ୍ଟନର ଏବଂ କ୍ରିସ ଜୋର୍ହାନ ନିଜ ଅନୁଭବ ସହିତ ଦଳକୁ ଖୁବ ଫାଇଦା ଦେଇ ପାରନ୍ତି ବୋଲି ଆଶା ରହିଛି । ଅନ୍ୟ ପକ୍ଷରେ ଆହତରୁ ଫେରିବା ପରେ ଦୀପକ ଚହରଙ୍କ ଉରେ ମଧ୍ୟ ଦଳର ଗୁରୁ ଦାୟିତ୍ୱ ରହିବ ।

Insane! CSK make Deepak Chahar their most expensive IPL signing of all time at Rs 14 crore, Sports News | wionews.com

ସିଏସକେର ଦୁର୍ବଳତା:

IPL 2021: WATCH - CSK bowlers pride themselves on bowling well at backend, says Bravo

ଚେନ୍ନାଇ ଅନେକ କ୍ଷେତ୍ରରେ ଶକ୍ତିଶାଳୀ ନଜର ଆସୁଥିଲେ ମଧ୍ୟ ଡେଥ ଓଭରରେ ବୋଲିଂ ଧୋନୀଙ୍କ ପାଇଁ ଚିନ୍ତାର କାରଣ ପାଲଟିପାରେ । ଶାର୍ଦ୍ଦୁଳ ଠାକୁର ଏବଂ ଡ୍ୱେନ ବ୍ରାଭୋ ଗତବର୍ଷ ଏହି ଦାୟିତ୍ୱ ନେଇଥିବା ବେଳେ ଚଳିତ ସିଜନରେ ଶାର୍ଦ୍ଦୁଳଙ୍କୁ ହାତଛଡା କରିଛି ଚେନ୍ନାଇ । ସେହିପରି ତୃତୀୟ ପେସ ବୋଲର ଭାବରେ ଦଳ ନିକଟରେ ତୁଷାର ଦେଶପାଣ୍ଡେ, କେ.ଏମ ଆସିଫ ଏବଂ ରାଜବର୍ଦ୍ଧନ ହଙ୍ଗରଗେକର ଉପସ୍ଥିତ ଅଛନ୍ତି । ଏହା ବ୍ୟତୀତ ଅନେକ ଖେଳାଳିଙ୍କ ବୟସ ପୁଣି ଥରେ ଦଳ ପାଇଁ ଚିନ୍ତା ହୋଇପାରେ । ତେବେ ଏହାକୁ ସେତେ ଗୁରୁତ୍ୱ ଦିଆଯାଇ ପାରିବ ନାହିଁ । କାରଣ ଏହି ବୟସ୍କ ଦଳ ସହିତ ଗତବର୍ଷ ଟ୍ରଫି ନିଜ ନାମରେ କରିଥିଲେ ମାହି ।

 

Get real time updates directly on you device, subscribe now.