fbpx
BSKY SKY
BSKY SKY

ମହଙ୍ଗା ମାଡ଼ରୁ ମିଳିଲା ମୁକ୍ତି, ଗାଡ଼ି ଛାଡ଼ି ଘୋଡ଼ା ଚଢ଼ୁଛନ୍ତି ଏହି ବ୍ୟକ୍ତି

BSKY

ଶେଖ ୟୁସୁଫ୍ ଯିଏ ଏବେ ହୋଇଯାଇଛନ୍ତି ମହାରାଷ୍ଟ୍ରର ଘୋଡ଼ା ବାଲା । ଘୋଡ଼ାବାଲା ନାଁରେ ସେ ଏବେ ନିଜ ଅଞ୍ଚଳରେ ଖୁବ୍ ପରିଚିତ । ସହରର ପ୍ରତିଟି ପିଲା ତାଙ୍କୁ ଚିହ୍ନତି । ଚିହ୍ନିବେନି ବା କେମିତି? କାରଣ ସହରର ସେ ହିଁ ଏକମାତ୍ର ଲୋକ ଯିଏକି ସାଇକେଲ, ବାଇକ କିମ୍ବା କାରରେ ଯାଉାନାହଁନ୍ତି ବରଂ ଘୋଡ଼ାରେ ବସି ଅଫିସ୍ ଯାଉଛନ୍ତି । ତେବେ ୟୁସୁଫ୍ ପୂର୍ବରୁ ଏଭଳି ଘୋଡ଼ାରେ ବସି ଯାଉନଥିଲେ । ସେ ଗତ ୨ ବର୍ଷରୁ ଏଭଳି କରୁଛନ୍ତି । ଆଉ ଏହା ପଛର ସବୁଠୁ ବଡ଼ କାରଣ ହେଉଛି ପେଟ୍ରୋଲର ବଢ଼ୁଥିବା ଦର ।

ତେବେ ତାଙ୍କ କାହାଣୀ ଆରମ୍ଭ ହେଉଛି ୨୦୨୦ ରୁ ଯେତେବେଳେ ଦେଶରେ କରୋନା ମହାମାରୀ ବ୍ୟାପିବାରେ ଲାଗିଥିଲା ଫଳରେ ଲକଡାଉନ ଲାଗିଥିଲା । ସେତେବେଳେ ସବୁ କିଛି ବନ୍ଦ ହୋଇଯାଇଥିଲା । ଅନେକ ଲୋକଙ୍କ କାମ ବନ୍ଦ ହୋଇଯାଇଥିଲା । ୪୯ ବର୍ଷୀୟ ୟୁସୁଫଙ୍କର ମଧ୍ୟ ଲାବ ଆସିଷ୍ଟାଣ୍ଟ ଚାକିରି ଚାଲିଯାଇଥିଲା । ଘର ଚଳାଇବା ପାଇଁ ସେ ତାଙ୍କ ବନ୍ଧୁଙ୍କ ସହାୟତାରେ ଏକ ପରିବା ଦୋକାନ ଆରମ୍ଭ କରିଥିଲେ । କିଛି ମାସ ପରେ ତାଙ୍କୁ କାମ ଫେରସ୍ତ ମିଳିଥିଲା ।

ତେବେ ଲାବ୍ ତାଙ୍କ ଘରଠାରୁ ପ୍ରାୟ ୧୬ କିମି ଦୂର ରହିଥିଲା । ଆଉ ଦୁଇ ବର୍ଷ ଧରି ତାଙ୍କ ବାଇକ ନଚଳାଇବାରୁ ତାହା ଖରାପ ହୋଇଯାଇଥିଲା ଆଉ ଏପଟେ ପେଟ୍ରୋଲ ରେଟ ମଧ୍ୟ ଅଧିକ ଥିଲା ତେଣୁ ସେ ତାଙ୍କର ଜଣେ ସମ୍ପକୀୟଙ୍କଠାରୁ ଏକ ଘୋଡ଼ା କିସ୍ତିରେ ଆଣିଥିଲେ ଏବଂ ସେହିଥିରେ ହିଁ ବସି ଏବେ ସେ ଅଫିସ୍ ଯାଉଛନ୍ତି ଖାଲି ସେତିକି ନୁହେଁ ଅନ୍ୟାନ୍ୟ କାମରେ ମଧ୍ୟ ବ୍ୟବହାର କରୁଛନ୍ତି ।

ସେ ଏହି ଘୋଡ଼ାର ନାମ ଜିଗର ରଖିଛନ୍ତି । ୟୁସୁଫ୍ କହିଛନ୍ତି ଗାଡ଼ ଦ୍ୱାରା ଯାଉଥିବା ବେଳେ ତାଙ୍କୁ ୪ ହଜାରରୁ ୬ ହଜାର ଖର୍ଚ୍ଚ ହେଉଥିଲା କିନ୍ତୁ ଘୋଡ଼ା ବ୍ୟବହାର କରିବା ଦ୍ୱାରା ତାଙ୍କୁ ମାତ୍ର ୧୨ ଶହ ଟଙ୍କା ପ୍ରତି ମାସରେ ଖର୍ଚ୍ଚ ହେଉଛି ।

Get real time updates directly on you device, subscribe now.