fbpx
BSKY SKY
BSKY SKY

ଏନକାଉଣ୍ଟରରେ୨ ମହିଳା ମାଓବାଦୀ ନିହତ

BSKY

ସୁକୁମା: ଛତିଶଗଡ଼ ସୁକୁମା ଦନ୍ତେୱାଡ଼ା ସୀମାରେ ଯବାନ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୨ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୨ଟି ରାଇଫଲ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । କେବଳ ଏତିକି ନୁହେଁ, ୩ଟି ବନ୍ଧୁକ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ତେବେ କାଟେକଲ୍ୟାଣ ଥାନା ଅଞ୍ଚଳରେ ତଲାସୀ ଅଭିଯାନ ବେଳେ ହୋଇଥିଲା ଗୁଳି ବିନିମୟ । ଏନେଇ ବସ୍ତର ପୋଲିସ ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି । ଦନ୍ତେୱାଡ଼ା କଟେକଲ୍ୟାଣର ଜଙ୍ଗଲରେ ଏବେ ବି ପୋଲିସର ଏନକାଉଣ୍ଟର ଜାରି ରହିଛି । ସୁକୁମା ଓ ଦନ୍ତେୱାଡ଼ା ପୋଲିସ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଛି ।

Get real time updates directly on you device, subscribe now.